ଜାଗ୍ରତ ସ୍ବପ୍ନ
ଜାଗ୍ରତ ସ୍ବପ୍ନ
ଜାଗରଣେ ନିତି କେତେ ଜନେ ସଦା ସ୍ବପ୍ନ
ଦରଶନେ ରତଛନ୍ତି ଦେଖ ନିମଗନ ।
ଚିର୍ତ୍ତାକାଶେ ଭାସେ ତାଙ୍କ ସ୍ବପ୍ନ ଅବିରତ
ବାସ୍ତବେ ଥାଆନ୍ତି ସେହୁ ହୋଇଣ ଜାଗ୍ରତ ।
ସ୍ବପ୍ନମୟୀ ଭାବଭୋଳା ମରମରେ ତାଙ୍କ
ଜାଗୁଥାଏ ଜାଗ୍ରତରେ ବିପୁଳ ଆତଙ୍କ ।
ଶଙ୍କାରେ ବିକଳ ମନ ପ୍ରାଣ ଯା' ଅଥୟ
ଜାଗ୍ରତ ର ସ୍ବପ୍ନ ଦେଖେ ତାହାର ହୃଦୟ ।
ଅବାସ୍ତବ ଭାବ ରାଶି ମଣି ଥାଏ ସତ୍ଯ
ମ୍ଯାଜିକ ଦେଖୁଛି କିବା ହୋଇ ସେ ଜାଗ୍ରତ ।

