Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Inspirational

3  

Alhadini Panigrahi dash

Inspirational

ଜାଗ୍ରତ ଭାରତ

ଜାଗ୍ରତ ଭାରତ

1 min
224


ଜାଗ ଜାଗ ଆହେ ମୋ ଦେଶର ସର୍ବେ

   ବୃଦ୍ଧ ,ବନିତା ,ବାଳ

ଜାଗ୍ରତ ହୁଅ କେତେ ଯେ ଶୋଇବ 

   ଉଛୁର ହେଲାଣି ବେଳ

ଭାରତ ମାତା ର ମୁଖେ ଫୁଟାଇବା

  ଶାନ୍ତି, ମୈତ୍ରୀ ର ଫୁଲ

ଜାଗ,ଜାଗ ଆହେ ମୋ ଦେଶର ସର୍ବେ

   ବୃଦ୍ଧ ,ବନିତା ,ବାଳ ।


ଭାଷଣ ରେ ଅବା ମିଥ୍ୟା ପ୍ରଲୋଭନେ

   ଉନ୍ନତ ହୁଏ କି ଦେଶ

ରକ୍ଷକ ଯଦି ଭକ୍ଷକ ସାଜେ, ଧରେ -

   -ଏଣ୍ଡୁଅ ର ରୁପ ,ବେଶ

ପେଟ ପୁରେ କିବା ଶୁଣି ଶୁଣି କରି

  ମିଛ ,ସତ ଉପଦେଶ 

ଭାଷଣ ରେ ଅବା ମିଥ୍ୟା ପ୍ରଲୋଭନେ

   ଉନ୍ନତ ହୁଏ କି ଦେଶ ।


ଠିପି ବନ୍ଦ୍ ଠିପି ଖୋଲା ର ଦୁଆରେ

  ଅଟକି ଯାଅନା କେହି

ମରଣ  ବିକ୍ରେତା  ମୃତ୍ୟୁ  ବିକୁଛି 

  ଡାକୁଅଛି ରହି ରହି

ଯୁବଗୋଷ୍ଠୀ ଯେବେ ଅକାଳେ ପଡିବେ ଶୋଇ

   ଭାରତ କିପରି ଜାଗିବ କୁହ ତ

    ନବ ଜାଗରଣ ନେଇ ।

ଠିପି ବନ୍ଦ୍ ଠିପି ଖୋଲା ର ଦୁଆରେ

    ଅଟକି ଯାଅନା କେହି ।


ସୁଖ,ସମ୍ପତ୍ତି ର ପୂର୍ଣ୍ଣ କୁମ୍ଭ ଧରି

    ଲକ୍ଷ୍ମୀ ବିଜେ ପ୍ରତି ପୁର

ନିର୍ଯ୍ୟାତନା ମୁକ୍ତ ନାରୀ ବାଣ୍ଟୁଥିବ

  ପ୍ରେମ ଭରା ମଧୁ ଝର ,

ଚାଷୀ ହସୁଥିବ ସବୁଜ କ୍ଷେତରେ

  ଗାଇ ରାଗ ଆହ୍ଲାଦ ର ।


ଧନୀ,ନିର୍ଦ୍ଧନ ,ସବୁରି ମୁହଁ ରେ

  ଖେଳୁ ହସର ଜୁଆର

ସେଦିନ ଜାଣିବା ଜାଗ୍ରତ ହୋଇଛି

   ଭାରତ ବର୍ଷ ଆମର ।।


Rate this content
Log in

Similar oriya poem from Inspirational