ଜାଗରେ ଜାଗ
ଜାଗରେ ଜାଗ
ଜାଗରେ ଜାଗ ଜଲିଦି ଜାଗ
ଜାଗି ଉଠୁ ଦେଶ ଭାରତ
ପନ୍ଦର ଅଗଷ୍ଟ ବିଜୟ ସନ୍ତକ
ତ୍ରିରଙ୍ଗାରେ ନେବା ଶପଥ ।
ଆସରେ ଆସ ଜଲିଦି ଆସ
ବସିବାକୁ ନାହିଁ ସମୟ
ଦଳି କଚିଦେବା ଅନୀତି ଅନ୍ୟାୟ
ଟାଣି ନେବା ଆମେ ବିଜୟ ।
ସଜାଗ ହୁଅ ସୈନ୍ୟ ଆମର
ଗର୍ଜି ଉଠୁ ରଣ ହୁଙ୍କାର
ଜୀବନ ଆମର ଭାରତ ମାତାର
ମରିବାକୁ ନୁହେଁ କାତର ।
ଉଠରେ ଉଠ ଜଲିଦି ଉଠ
ରକ୍ଷା ନାହିଁ ଆଉ ଶତ୍ରୁର
ଗୁଳିର ଜବାବ୍ ଗୁଳିରେ ଦେଖାଅ
ଥରି ଉଠୁ ତାଙ୍କ ଶରୀର ।
ଲେଫ୍ଟ ରାଇଟ୍ ଲେଫ୍ଟ ରାଇଟ୍
ଚାଲୁଥାଅ ତୁମେ ଆଗକୁ
ତୋ ପରି ସନ୍ତାନ ପାଇଛି ଏ ଦେଶ
ଡରିବାନି ଆମେ କାହାକୁ ।
ହୃଦୟେ ତୁମ ଉନ୍ମାଦ ଦିଅ
ବିକଟାଳ ରୂପ ଦୁର୍ବାର
ଏ ଦେଶ ଜାତିକୁ ଆଘାତ ଯେ ଦିଏ
କ୍ଷମା ନାହିଁ କେବେ ତାହାର ।
ଜାଗରେ ଜାଗ ସଇନ୍ୟ ତୁମେ
ତୁମ ପାଇଁ ସବୁ ସ୍ଵୀକାର
ବୀରତ୍ଵ ଝଙ୍କାର ଏ ଦେଶ ମାଟିର
ବୀର ଗାଥା ସଦା ଅମର ।
ବନ୍ଦେ ମାତରଂ ବନ୍ଦେ ମାତରଂ
ପ୍ରଶାନ୍ତ କୁମାର ହୋତା