STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଜାଗର

ଜାଗର

1 min
186


ଓଁ ଭିତରେ ପରମାତ୍ମା ଦର୍ଶନ 

ଓଁ ନମଃ ଶିବାୟ ଉଚ୍ଚାରଣେ 

ଆତ୍ମା ପରମାତ୍ମା ରେ ହେବ ଲୀନ 

ସବୁ ଭୁଲିଯିବାକୁ ଏଇ ଏକମାତ୍ର ଦିନ 

ଜାଗରରେ ଶିବ ଦର୍ଶନ 

ବେଲପତ୍ର ଭିତରେ ବନ୍ଦନ 

ବୋଳି କ୍ଷୀର ଶାକର ଅଗରୁ ଚନ୍ଦନ 

ଭୁଲିଯାଇ ପାପ ର ଦହନ 

ଅନ୍ତତଃ ଥରେ ଭାବିବା ଏହି ଦିନ 

ସତରେ କଣ ଅଛି ଏ ଜୀବନ?? 

ଦହନ ଓ ସ୍ୱାର୍ଥ ଭିତରୁ ବାହାରିଆସି 

କରିବା ତ୍ରୈଲୋକ୍ୟ ଦର୍ଶନ 

ବିଭୁ ପାଦ ତଳେ କେବଳ ସମର୍ପଣ 

ହିଂସା ଲୋଭ ମୋହ ଦ୍ୱେଷ ର ଆସ୍ତରଣ 

ପୃଥକ ହେବାକୁ ଏହି ଏକମାତ୍ର ଦିନ 

ଦୀପ ମଧ୍ୟରେ ଜାଳି ଆତ୍ମସ୍ୱାଭିମାନ 

ଜାଳି ଅଭିମାନ ଆଣି ଜାଗୃତି ସମ୍ବେଦନ 

ମୋକ୍ଷ ନମିଳିଲା ନାହିଁ 

ଆଚରଣ ଶୁଦ୍ଧି ପାଇଁ 

ଏହି ସ୍ୱତନ୍ତ୍ର ଏକାନ୍ତ ଗୋଟେ ଦିନ 

କରିବାକୁ ବିବେକର ଉପସ୍ଥାନ 

ଜାଗର ମାହାତ୍ମ୍ୟ ଏହି ଦିନ

କରୁଛି ବନ୍ଦନ ଆହେ ତ୍ରିଲୋଚନ 

ରାତ୍ର ଉଜାଗର ହୋଇ 

ଭକ୍ତିରେ ଡାକୁଛି ଶିବଶଙ୍କରଙ୍କୁ 

ପାପ ସବୁ ଯାଉ ଧୋଇ 

ଜାଗରଣ ବାର୍ତ୍ତା ସାଥେ ଧରି ଆସେ 

ଜାଗର ପ୍ରଦୀପ ଜ୍ୟୋତି 

ସତ୍ୟ ତତ୍ତ୍ୱ ସହ ଅହିଂସା ଓ ତ୍ୟାଗ 

ଉପାସନା ଶୁଭ ରାତ୍ରୀ 

ତୁମ ନାମ ଧ୍ୟାୟି ଜୀବନ ବିତାଇ 

ଛନ୍ଦ ନଯାଣଇ ମୁହିଁ 

ଶିବ ଶିବା ଜପି ସହନ ବହନ 

ବିଶ୍ୱ କଲ୍ୟାଣ ପାଇଁ 

ପୁରାଣେ ବର୍ଣ୍ଣିତ ତୁମ୍ଭ ପୂଜା କରି 

ପାଇଛନ୍ତି ଗତି ମୁକ୍ତି 

ଉଜାଗର ରହି ଧୂପ ଦୀପ ଦେଇ 

ପାଇଯିବି କାଳେ ମୁକ୍ତି 

ଦେବତାଙ୍କ ଦେବ ତୁମ୍ଭେ ମହାଦେବ 

ଏ କଥା ଜାଣିଛି ମହୀ 

ପ୍ରଭୁ ମହେଶ୍ୱର ମୋ ପ୍ରାଣ ଇଶ୍ୱର 

ତୁମ୍ଭେ ହିଁ ଜଗତ ସାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract