STORYMIRROR

Chittaranjan Nanda

Inspirational Others

4  

Chittaranjan Nanda

Inspirational Others

ଜାଗର ଜୟ ଶିବ ଶଙ୍କର

ଜାଗର ଜୟ ଶିବ ଶଙ୍କର

1 min
395

ଶିବହିଁ ମଙ୍ଗଳ, ଶିବ ଆଦି ମୂଳ, ଶିବ ହିଁ 

ପ୍ରତୀକ ସତ୍ୟ ନ୍ୟାୟର 

ଶିବ ସ୍ରଷ୍ଟା, ସମୁଦ୍ର ମନ୍ଥନେ ବିଷ ପାନ କରି 

ରଖିଲେ ସୃଷ୍ଟିକୁ, ନୀଳକଣ୍ଠ ନାମ ତାଙ୍କର ।


ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ଆମେ 

ପାଳୁଛୁ ଜାଗର ପର୍ବ ଶିବରାତ୍ରିରେ,

ହେ ସଦାଶିବ, ଅଜ୍ଞାନ ଅନ୍ଧାର କରିବାକୁ

ଦୂର, ଆସୁଛ ତୁମେ ନିଶାର୍ଦ୍ଧରେ ।


ହେ ପ୍ରଭୁ ଆଶୁତୋଷ, ତୁମେତ ଜଗଦୀଶ, 

ଭୋଳାଶଙ୍କର

ଜାଗରରେ ଶ୍ରଦ୍ଧା ଓ ବିଶ୍ବାସ ତୁମ ନାମ ଧରି 

ଭକ୍ତ ହୁଅନ୍ତି ପାର ।


ବାବା ଲୋକନାଥ, ଆଖଣ୍ଡଳମଣି, କପିଳାସ

ଓ ଲିଙ୍ଗରାଜ ଆଦି କ୍ଷେତ୍ର

ଜାଗର ରାତିରେ ରହି ଜାଗ୍ରତ, ଭକ୍ତ ମାଳ ମାଳ

ଗାଆନ୍ତି ତ ମହାଦେବ ମନ୍ତ୍ର ।


ହାତେ ଧରି କେତକୀ, ଦୁଦୁରା ଓ କଞ୍ଚା କ୍ଷୀର

ଭକ୍ତ ଯାଆନ୍ତି ଶିବ ମନ୍ଦିର

ନଥାଇ ଆବିଳତା, କୁସଂସ୍କାର ଓ ସଂକୀର୍ଣ୍ଣତା  

ହୃଦୟରୁ ପାପ ହୁଏ ଦୂର ।


ଦେବ ଦେବ ମହାଦେବଙ୍କର ଅନ୍ୟ ଏକ ନାମ 

ଅଟେ ବିରୂପାକ୍ଷ ବୋଲି ଜାଣ

ନାହିଁ ଜାତିଭେଦ, ଶିବାଳାୟରେ ଶୁଦ୍ର ହୁଏ 

ତ ପୂଜକ, ହିନ୍ଦୁତ୍ୱର ଏହା ପ୍ରମାଣ l


ମନ୍ଦିରରେ ବସି ଶହେ ଆଠ ବେଲପତ୍ର 

ଦେଇ ଜାଗରରେ ଜାଗର ଜାଳିବେ  

ଭୋଗଥାଳି ଟିରେ ଘିଅଦୀପ ଥୋଇ ଶିବ 

ମନ୍ଦିରରେ ମହାଦୀପ ଟି ଦେଖିବେ ।

   

ହେ ଉମାପତି, ପ୍ରଭୁ ଆଶୁତୋଷ ଅନ୍ୟାୟରୁ 

ଏ ସୃଷ୍ଟିକୁ ତୁମେ ରକ୍ଷା କର 

ତୁମ ନାମ ଧରି ତୁମରି ସୃଷ୍ଟିକୁ ଦେଖ କିପରି

ଅନ୍ୟାୟୀଗଣ କରୁଛନ୍ତି ଛାରଖାର ।


Rate this content
Log in

Similar oriya poem from Inspirational