STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଜାଗି ଉଠ

ଜାଗି ଉଠ

1 min
155

ବିଶ୍ଵ ଦରବାରେ ହୁରି ପଡିଲାଣି ରଖେଇ ଦେବୁନି ଟିକିଏ ସୁଖେ

ହେଉ ତାଲିବାନ ଅବା ପାକିସ୍ଥାନ ଚିହ୍ନଟ କରୁଛୁ ସର୍ବ ସମ୍ମୁଖେ

ଅଲାଜୁକ ପଣେ ଚାଇନା ମାଡି ଆସଇ ଆମ ସୀମା ପ୍ରାନ୍ତର

ନାଲି ଆଖି ତିବତେ ଦେଖାଇ କବଜା କରେ ସ୍ଵାଧୀନତା ତାର

ଦଲାଇଲାମା ଙ୍କ ଅହିଂସା ମନ୍ତ୍ର ଶରଣମ୍ ଗଚ୍ଛlମି ବୁଦ୍ଧ ଙ୍କ ବାଣୀ

ବିଶ୍ଵସ୍ଥରେ ଆଲୋଡନ ସୃଷ୍ଟି କରେ ଗର୍ବ ପଣ ଜଣl ପଡ଼ିଗଲାଣି

ଅନ୍ୟାୟ ପ୍ରଶ୍ରୟ ଦେବୁ ନାହିଁ ତିଳେ ଆମେ ପ୍ରତିରୋଧ କରିବା

ଦରକାର ପଡିଲେ ଯୁଦ୍ଧ କ୍ଷେତ୍ରେ ଦେଶ ହିତେ ଜୀବନ ଦେବା

ଆଜିର ଆହ୍ଵାନ ଉଠ ଜାଗି ଉଠ ବିଶ୍ଵ ସମୁଦାୟ ସମୟ ନାହିଁ

ଦିନ ବିତିଯିବ କଥା ରହିଥିବ ଭସ୍ମ ହେଉ ସନ୍ତ୍ରାସବାଦ ଛାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract