STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ଜାଗି ଉଠ ହେ କବି

ଜାଗି ଉଠ ହେ କବି

1 min
304

ଜାଗି ଉଠ ହେ କବି

ମନସ୍ତାପେ ଅବା ଅବଚେତନରେ

ପଡ଼ ନାହିଁ କେବେ ଭାଙ୍ଗି ଅବା ନଇଁ

କଲମ ମୂନରେ ଲେଖି ଚାଲ ଦୁର୍ବାର ଗତିରେ

ଅକ୍ଷୟ ସାହିତ୍ୟର କାବ୍ୟ କବିତା

ଉନ୍ମିଳିତ କରି ନୟନ କଳ୍ପନାର ରାଇଜେ

ଦେଖ କେତେ କେତେ ପ୍ରକଟେ ଅଭିନବ ଛବି

କିଏ ଭାସେ ଲୁହର ଗଭୀର ସାଗରରେ

କିଏ ହସେ ରଙ୍ଗମହଲର ରଙ୍ଗୀନ ଆଲୁଅରେ

କିଏ ଜଳେ ଅନ୍ତରର ଅନ୍ତର୍ଦାହେ ବାହୁନି ବାହୁନି

କିଏ ଜାଳେ ଆତଙ୍କର ବିଭୀଷିକାମୟ ଅଗ୍ନି

ନୀରବେ ନୀସ୍ତବ୍ଧେ ବସ ନାହିଁ ଭାବି

ଜାଗି ଉଠ ହେ କବି

କଲମ ତୁମର ନୁହେଁ ତ ସାମନ୍ୟ ନଗଣ୍ୟ

ସେ ଯେ ଖଣ୍ଡାଠାରୁ ଅଧିକ ଧାରୁଆ

ଅଧିକ ତୀକ୍ଷ୍ଣ ବଳଶାଳୀ ଶକ୍ତିଶାଳୀ ଅସ୍ତ୍ର

ଜୟ କରିପାରେ ସାରା ବିଶ୍ବକୁ

ସାହସ ସଞ୍ଚାରି ଦୁର୍ବଳକୁ ଦିଏ ଅସୀମ ଶକ୍ତି

ଦେଖି ମହାପ୍ରତାପୀ ହୁଏ ଭୀତତ୍ରସ୍ତ

ଲେଖି ପାରେ ଦରଦୀ ହୃଦୟର ବ୍ୟଥା

ବଦଳାଇ ଦେବାକୁ ପାଷାଣର କଠିନ ଛାତି

ସୃଷ୍ଟି କରିବାରେ ପ୍ରଳୟଙ୍କରୀ ମହାବିପ୍ଳବ

ପୂରଣ କରିବାକୁ ନ୍ୟାର୍ଯ୍ୟ ଅଧିକାରର ଦାବୀ

ଜାଗି ଉଠ ହେ କବି

କବିତା ତୁମର ସମୃଦ୍ଧ କରିବ ବାଣୀ ଭଣ୍ଡାର

ପଂକ୍ତିରେ ପଂକ୍ତିରେ ଦେବ ଦିବ୍ୟ ଚେତନା

ଅସହାୟ ଦୁଃଖୀଙ୍କର ହେବ ସାହାରା

ଭରିଦେବ ଅସୁମାରି ଆନନ୍ଦର ଜୁଆର 

ମନ ପ୍ରାଣରୁ ଦୂର କରି ଦେବ ଭୟ ଭ୍ରାନ୍ତି

ଆଣି ଦେବ ଜୀବନ ଯଜ୍ଞର ପୂର୍ଣ୍ଣାହୁତି

କବିତାର ନବରସ ମେଣ୍ଟାଇ ଜ୍ଞାନର ପିପାସା

କ୍ଳାନ୍ତ ଶ୍ରାନ୍ତ ପଥିକକୁ ଦିଏ ବଟବୃକ୍ଷର ଛାୟା

ଆଣିପାରେ ବିରହୀ ବିଚ୍ଛେଦ ପ୍ରାଣରେ

ପ୍ରେମ ମିଳନର ମଧୁର ଭାବ ଭାଷା

କରିପାରେ ହୃଦୟକୁ ନିଷ୍ପାପ ପବିତ୍ର ମହାନ

ମନରୁ ଦୂରେଇ ଦେଇପାରେ ମୋହ ମାୟା

ଜାଗି ଉଠ ହେ କବି ।


Rate this content
Log in

Similar oriya poem from Abstract