ଜାଗାଟିଏ
ଜାଗାଟିଏ
ଜନମ ପୂର୍ବରୁ ରଖିଥିଲେ ପ୍ରଭୁ
ଜାଗାଟିଏ ମୋର ପାଇଁ,
ଯେଉଁଠି ଦେଖିଲି ପ୍ରଥମ ଆଲୋକ
ପୄଥିବୀକୁ ଦେଲି ଛୁଇଁ ।
ପିତାମାତା ଆଉ ଭାଇ ଓ ଭଉଣୀ
ରହୁଥିଲେ ସାଥେ ମୋର,
ସେନେହ ବନ୍ଧନେ ସର୍ବେ ଥିଲେ ବନ୍ଧା
ଘର ମୋ ସରଗପୁର ।
ମଥାପରେ ଛାତ ଅତି ଶକ୍ତିଶାଳୀ
ପିତାଙ୍କର ବକ୍ଷ ପରି,
ଅଗଣା ବୁକୁରେ ମାଆର ମମତା
ଲାଗୁଥାଏ ସୁଧା ପରି ।
