Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଜାଗ ନାଗରିକ ଜାଗ

ଜାଗ ନାଗରିକ ଜାଗ

1 min
202


   ଜାଗ ନାଗରିକ ଜାଗ

ପୁନଃ ଫେରିିିଛି 

  କରୋନା ରୋଗ

ସାନିଟାଇଜର୍ ଓ ହ୍ୟାଣ୍ଡ୍ ୱାସ୍ ରେ

  ହାତକୁ ସଫା କରୁଥିବା ଆଗ

  ଭୁଲି ସବୁ ରୋଷ ରାଗ

    ଦେହକୁ ଦେଖିବା ଆଗ

କରୋନା ହଟାଇ

  ଦେହକୁ ବଞ୍ଚାଇ

    ଦେଶକୁ ବଞ୍ଚାଇ

ପାଇବା କରୋନା 

   ଉପରେ ବିଜୟ

କେହି ନ ଡରିବା ତାକୁ

କେହି କରିବାନି

  କରୋନାକୁ ଭୟ ।

ଘର ଆସବାବ ପତ୍ର

 ଖାଇବା ବାସନକୁସନ

ଶୋଇବା ଘର,

ରୋଷେଇ ଘର ଓ

  ଗାଧୁଆ ଘରକୁ

    ସଫା କରୁଥିବା

    ହୋଇକରି ଅତି ଯତନ

ସ୍ଵାସ୍ଥ୍ୟ ହିଁ ଅମୂଲ୍ୟ ରତନ

  ବୁଝିବା ଆମେ ସଭିଏଁ ଜନ

    ନ ମଣିବା ଏହାକୁ

      କେହି ହେୟ ଜ୍ଞାନ

ଜୀବିକା ପାଇଁ

    ଲୋଡା ପରା

   ପ୍ରଥମେ ଆମ ଜୀବନ

 ଏଥିରେ ତିଳେ

   ଦିଅ ସଭିଏଁ ଧ୍ୟାନ

 ଟାଣ କରିବା

  ଆମ ସଭିଙ୍କ ମନ

   ଶାରୀରିକ, ମାନସିକ ସ୍ତରେ

    ସ୍ୱାସ୍ଥ୍ୟର ନେବା ଯତନ ।

ସଂକଟାପନ୍ନ କରୋନା 

  ରୋଗୀଙ୍କୁ ତୁରନ୍ତ 

  ଚିକିତ୍ସାଳୟକୁ ନେବା

ସାଧାରଣ କରୋନା ରୋଗୀଙ୍କୁ

 ହୋମ୍ କ୍ଵାରେନଣ୍ଟାଇନରେ ରଖିବା

  ତା'ର ନିଶ୍ଚୟ ଯତ୍ନ ଯେ ନେବା

 ସଭିଏଁ ସାମାଜିକ ଦୂରତା

      ରକ୍ଷା କରିବା

 ଗରମ ଖାଦ୍ୟ ଓ ନିୟମିତ

  ଔଷଧ ସେବନ 

 ( ସାଧାରଣ କରୋନା ରୋଗୀଙ୍କୁ)

  ତାକୁ କରାଉଥିବା

 ତେବେ ଆମ ନିକଟେ ହାରିବ

  କରୋନା ରୋଗ

   ଜାଗ ମୋ'ର

  ପ୍ରିୟ ଭାଇ ଭଉଣୀ ଜାଗ

  ଜାଗ ମୋ ଦେଶର

  ସମସ୍ତ ପ୍ରିୟ

    ନାଗରିକ ମହାଭାଗ

     ଜାଗ ନାଗରିକ ଜାଗ ।

  ମେଳା ମହୋତ୍ସବକୁ ନ ଯିବା

  ଭୋଜି ଭାତରେ କେହି

   ଯୋଗ ନ ଦେବା

    ଠାକୁର ଦର୍ଶନେ

 ମନ୍ଦିରେ ଭିଡ ନ ଜମାଇବା

  ସ୍ବାସ୍ଥ୍ୟକୁ ଦେଖିବା ଆଗ

 ତା ପରେ କରିବା ଉପଭୋଗ

 ଦେହେ ପଶିଲେ ଜୀବାଣୁ, ଭୂତାଣୁ

 ନିଶ୍ଚୟ ହୋଇବ ରୋଗ

 ଏ କଥାକୁ ଚିନ୍ତ 

  ତିଳେ ହେଁ ସଭିଏଁ

 ବିଜ୍ଞ ଜନେ ହେ ମହାଭାଗ

  ଜାଗ ନାଗରିକ ଜାଗ

   ଦେଶେ ନ ବାଣ୍ଟିବା

  କେହି ଆମେ

   କରୋନା ରୋଗ ।


Rate this content
Log in

Similar oriya poem from Inspirational