STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy Inspirational

4  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy Inspirational

ଜାଗ ହେ ଜନତା

ଜାଗ ହେ ଜନତା

2 mins
137


ଧନ୍ୟ ସରକାର ବିଚାର ତୁମର

ଆଇନ କାନୁନ ନିୟମ ନୀତି

କୁକୁର ବନୁଛି କଣ୍ଠିରବ ଏଠି

ନିର୍ଦ୍ଦୋଷେ ହରିଣ ସାଜୁଛି କୁତି ।




କଳାପଟି ବାନ୍ଧି ନ୍ୟାୟଦେବୀ ମୁହେଁ

ଅନ୍ଧାରେ ଅନ୍ୟାୟ ହେଉଛି ଚାଷ,

ବିଚାରେ ବିମର୍ଷ କ୍ଷୁବ୍ଧ କ୍ରୋଧ ଭରା

ବିଶ୍ବାସ ବଜାରେ ମିଳୁଛି ବିଷ ।




ନ୍ୟାୟ କିଣିବାରେ ନିତି ପ୍ରାଣଯାଏ

ଅନ୍ୟାୟ ହାଟରେ କଳାବଜାରୀ,

ନୀୟମ'ଟା ସବୁ କାଗଜରେ ଥାଉ

ହାତଖୁଞ୍ଚାରେ ତ ପକେଟ ଭାରି ।

 

ରାହାଗିରୀ ପାଇଁ ରାଜଦାଣ୍ଡ ଖୋଲା

ସାହା କାରୀ ବୋଲି ଲୋକ ଦେଖଣା,

ପର୍ବତୁ ବହିବା ସୁନ୍ଦର ଝରରୁ

ଗାଆଁ ରେ ହେଉଛି ବାଟ ମାରଣା ।




ଦଳ ଦଳ ବୋଲି ଦଳଦଳ ବୁଲି

ଦଳିତ ରକତ ନିଅନ୍ତି ଶୋଷି,

ଦେଶ ସଂସ୍କୃତିକୁ କିଏ'ବା ପଚାରେ

ବିଦେଶ ସଭ୍ୟତା ଦେଉଛି ଖୁସି ।




ଗାଁ କନିଆଁଟା ସିଙ୍ଘାଣିନାକୀ ଲୋ

ବିଦେଶୀ ଦାନ୍ତୁରୀ ରମ୍ଭା ସୁନ୍ଦରୀ,

ବାପା ମାଆଙ୍କର ଶ୍ରାଦ୍ଧୋତ୍ସବ ଭୂଲି

ହାପି ବାର୍ଥ ଡେ'ରେ ବଫେଇ ଭାରି ।




ଭଣ୍ଡ ବାବା ଏଠି ଦାଣ୍ଡେ ଗଣ୍ଡାଗଣ୍ଡା

ଷଣ୍ଢ'ତ ସଭିଏଁ କା'ରେ ଖାତିରି,

ଦୁନିଆଁରେ ସବୁ ଭଦ୍ରମୁଖା ଭରା

ଅଭଦ୍ରର ସୀମା ଲଙ୍ଘନ କରି,




ମଦମୃତ୍ୟୁହାର ସମାଜେ ବଢ଼ଛି ମଦ ଦୋକାନର ଚାହିଦା ବେଶୀ,

ଗଞ୍ଜେଇ ପାହାଡ଼େ ନିଆଁ ଲଗାହୁଏ ନିଶା ନିବାରଣ ନାମକୁ ଘୋଷି ।




ରାସାୟନ ପାଣି ଜୀବନ ବିପଦ

ନୀଳବୃକ୍ଷୁ ମିଳଇ ଅମ୍ଳଜାନ,

ମଦ କାରବାର ଖୁଲମଖୁଲା'ରେ

ଔଷଧିୟ ବୃକ୍ଷେ ଲାଗେ ଲଗାମ ।




କା'ବାପା କହିଛି ଗଞ୍ଜେଇ ଖାଇଣ

ବୁଡ଼ିଛି କା"ଘର ହୋଇଛି ଚ୍ୟୁତ, 

ମଦମୃତ୍ୟୁ ବିଭିଷିକା ସରକାର

ଆଖିରେ ସପନ କେତେ'ଯେ ସତ ।




ଦାଣ୍ଡେ କିଣାବିକା ନାରୀର ଇଜ୍ଜତ

ନାଟକ ବାଜି'ର ବୟାନ ଖାଲି,

ମାନବାଧିକାର କମିସନ ଆଜି

ନାରୀଙ୍କୁ ଦେଇଛି ଦାଣ୍ଡକୁ ପେଲି ।




ଯେଉଁ ଶିଶୁ କାଲି ଭୂତ ଭବିଷ୍ୟତ

ଶିକ୍ଷାରେ ସଂସ୍କାର ନାହିଁ ତାଙ୍କର,

ବିଜ୍ଞାନର ଜ୍ଞାନେ ସଜ୍ଞା ବିବର୍ତ୍ତନ

ଅହଂଜ୍ଞାନ ପୂର୍ଣ୍ଣ ଶିକ୍ଷା ଚାତର ।




ଯାର ଅବଦାନ ମନୁଷ୍ଯ ହିତରେ

ଚିତ୍ତରେ ବିଚାର ଶୂନ୍ଯ ତା ପାଇଁ,

ଖେଳୁଛି ଜନତା ପଞ୍ଚଭୂତ ସାଥେ

ଯା'ର ବିଘଟନେ ଜୀବନ କାହିଁ ।




ବିଷପୂର୍ଣ୍ଣ ବାୟୁ ପ୍ରଦୂଷଣ ଭରା

ବିବର୍ଣ୍ଣ ପ୍ରକୃତି ବିଚିତ୍ର କୃତି,

ଖାଦ୍ୟରେ ବିଷାକ୍ତ କୃତ୍ରିମ ଔଷଧ

ଏଥିରେ ହେବ କି ମାନବ ସ୍ଥିତି ।




ପଲ୍ଲୀଶୋଭା ଗଲା ପ୍ରଲୋଭନ ଛଳେ

କଂସା ପିତ୍ତଳର ମର୍ଯ୍ୟାଦା ନାହିଁ,

ପଲିଥିନ୍ ଯୁଗ ସୁନ୍ଦର ଉଶ୍ୱାସ

ବଫେଇରେ ଖାଇ ବୋତଲେ ପିଇ ।




ପର ଅଇଁଠାକୁ ଅନଉ ଅନଉ

ନିଜ ଭାତହାଣ୍ଡି ହୁଏ ଆମ୍ବିଳି,

ଇଜ୍ଜତକୁ ଏଠି କିଏ'ବା ଦେଖୁଛି

ସଜଡ଼ା ଓଠରେ ଲିପଷ୍ଟିକ୍ ବୋଳି ।



ରାସ୍ତା ଖାଲ ଖଣା ଟ୍ରାଫିକ ପ୍ରବଳ

କଡ଼ା ନିୟମର ବେଢ଼ି ହୁଗୁଳା, 

ଝିଅ ପରପୁଅ ଧରିକି ଫେରାର ପୁଅ ପାଇଁ ହାଟ ଜାତିର ପାଲା ।




ଗରୀବ କୁଟୀରେ ଚୁଲି ଜଳୁନାହିଁ

ବିଦ୍ୟୁତ୍,ଗ୍ୟାସ୍,ପାଣି,ମାଗଣା ମିଳେ,

ଗରିବ ହଟିବ ଦେଶ ସୁଧୁରିବ

ପ୍ରଚାରଟା ପାଣି ଗାରର ତୁଲେ ।




କହିବାକୁ ଲାଜ ନକହିଲେ ଭଲ

ଯେତେସବୁ ସରକାରୀ ଯୋଜନା,

ପ୍ରହସନ ଖାଲି କହିବା ଚାତୁରୀ

ନ କହି ପାରିଲେ ଭୋଟ ମିଳେନା ।




ନିଶା ନିବାରଣ ନାରୀ ନିର୍ଯାତନା

ଶିଶୁ ସୁରକ୍ଷା ଓ ଶିକ୍ଷା ବିକାଶ,

କେତେ ଦିନ ଧରି ଶୁଣୁଥିବ କାନ

ଜନ ସଚେତନତା ଜୀବନ ଧନ୍ୟ ।




ଧର୍ଷଣ ଶୋଷଣ ଲୁଣ୍ଠନ ଜୁଲମ

ଅନ୍ୟାୟ ଅନୀତି ମୟ "ଏ" ଧରା,

କଣ୍ଟକିତ ନୀତି ଖଟିଖିଆ ପ୍ରୀତି

ହୀନ ଆଚରଣ ଦୁର୍ନୀତି ଭରା ।




ଜାଗ ଜାଗ ପୂର୍ବ ସଂସ୍କାର ସମ୍ମାନେ

ହଜାଇ ନଦିଅ ନିଜସ୍ୱ କେହି,

ମୁହେଁ ଗାଳି ଦିଅ ପଛରେ ନ କୁହ

ଦୀନ ବିପ୍ର ବିଷ୍ଣୁ ପ୍ରଣାମ ନେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy