STORYMIRROR

Chittaranjan Nanda

Classics Others

4  

Chittaranjan Nanda

Classics Others

ଇତିହାସେ ଲିଭିଛି ସ୍ମୃତି ମିଛୁଆର

ଇତିହାସେ ଲିଭିଛି ସ୍ମୃତି ମିଛୁଆର

1 min
234

ନାହିଁ ବସବାସ, ମୋ ଦେଶର ବହୁ ନର ନାରୀ 

ଫୁଟ ପାଥେ ଶୁଅନ୍ତି ନିତି 

କେତେ ଛୋଟ ପିଲା ମୁହଁରେ ମୁଠେ ଦାନା ନାହିଁ 

କାଲି କଣ ହେବ, ଥାଏ ଭୀତି  ।


କେତେ ନିଷ୍ପାପ ଶିଶୁ ମନରେ ଆଶା ବାନ୍ଧନ୍ତି ପଢିବେ 

ପାଠ, ଅଝଟ ହୋଇବେ ନାହିଁ 

ପାଠ ପଢି ହେବେ ବଡ ମଣିଷ, ସତ୍ଯ ନ୍ୟାୟ ସୁପଥେ

ଯିବେ ମନରେ ଅଛି ରହି ।


ସପନ ରହିଛି ମାଆ ପାଇଁ ଗଢି ଦେବେ ଘର, ଖୁସି କରି

ଦେବେ ମାଆ ମାନଙ୍କର ମନ  

ମାତୃଭାଷାର ଉନ୍ନତି କରିବେ ଜନ୍ମଭୂମିର ସେବା ପାଇଁ 

ସେମାନେ ଦେବେ ଜୀବନ ।


ହେଉ ସେ ପ୍ରଭୁ ରାମଚନ୍ଦ୍ର, ଶ୍ରୀକୃଷ୍ଣ, ଗୌତମ, ଗାନ୍ଧି 

ଗୋପବନ୍ଧୁ ଯେତେ

କେହି ରହି ନାହିଁ ଭବରେ, ଶରୀର ମିଶିଛି ମାଟିରେ,

ଖ୍ୟାତି ରହିବ ଜଗତେ ।


ଦୁନିଆ ଅଟଇ ଏକ ରଙ୍ଗମଞ୍ଚ ସବୁ ପ୍ରାଣୀ ତ ହେଉଛେ 

ସଂସାର ଭିତରେ ନାୟକ 

ମଣିଷ ଆମେ, ଦେଶର ଭବିଷ୍ୟତ ଦିଗେ ଲଗାଇବା ଆମର 

ବୁଦ୍ଧି, ସାମର୍ଥ୍ୟ ଓ ବିବେକ ।


ଆତ୍ମ ତ୍ୟାଗ ଦେଇ ଅମର ହୋଇଛନ୍ତି ଆମ ଦେଶରେ

ଯେତେ ବୀର

କୁହ ଭୋଟ ପାଇଁ ମିଛ ପ୍ରତିଶୃତି ଦେଇ କେହି ହୋଇ 

ଅଛନ୍ତି କି ଅମର ।


ଇତିହାସେ ଲିଭିଛି ସ୍ମୃତି ମିଛ ଦେଶପ୍ରେମ ନାମେ ଦଳୀୟ 

ସ୍ୱାର୍ଥ ଯାହାର ନିରନ୍ତର

ସାମ୍ପ୍ରଦାୟିକତା ଓ ପୁଞ୍ଜିବାଦ ବିରୁଦ୍ଧରେ ସଚେତନା ସୃଷ୍ଟି 

ଡାକ ବର୍ତ୍ତମାନ ସମୟର ।


Rate this content
Log in

Similar oriya poem from Classics