STORYMIRROR

MADHU MITA

Abstract

2  

MADHU MITA

Abstract

ଇତି କାମବାଲୀ ଉପାଖ୍ୟାନ

ଇତି କାମବାଲୀ ଉପାଖ୍ୟାନ

1 min
105

ସକାଳ ଖଟି ଟା ଜମାରୁ ଜମୁ ନ ଥିଲା

କଲୋନୀ ରୁ ଆଜି ରେଖା ଯେ ଆସି ନ ଥିଲା

ଯେତେ ଯାହା କାମ ଥିଲେ ବି ମର୍ଣିଂ ୱାକ୍ ଆବଶ୍ୟକ

ଆଜି ରେଖା କାହିଁକି ଏ କଥା ଭୁଲି ଯାଇଥିଲା


ଉମା କଥାଟି ବୁଝେଇ କହିଲା

ଆରେ ରେଖା କାମବାଲୀ ପରା କାମ ଛାଡ଼ି ଦେଲା


ବୋମା ମାଡ଼ ପରି କଥାଟି ଶୁଭିଲା

କାମବାଲୀ ପୁଣି କାମ ଛାଡ଼ି ଦେଲା

ହେଇ ଥିବ ନିଶ୍ଚେ ଅସୁବିଧା କିଛି

ନ ହେଲେ କଣ ଖାଲି ରେ ସେ ଗଲା


କହିଲା ଉମା ବୁଝାଇ ଆମକୁ

ଅଧିକା ଦରମା ମାଗିବା ବେଳକୁ

ରେଖା ବୋଧହୁଏ ମନା କରି ଦେଲା

ତେଣୁ କାମବାଲୀ କାମ ଛାଡି ଦେଲା


ଉର୍ମି କିନ୍ତୁ କୁହେ ମୁଣ୍ଡକୁ ହଲେଇ

ରେଖା ଶାଶୁ ଯେ ସତରେ କଳେହି

ସବୁ ବେଳେ ଖାଲି ଭୁଲ୍ ବାଛୁ ଥିଲା

ତେଣୁ କାମବାଲୀ କାମ ଛାଡି ଦେଲା


ଶାନ୍ତି କିନ୍ତୁ କହେ ସେ କଥା ଯେ ମିଛ

ରେଖା କାମବାଲୀ ଗର୍ବ ତ ଜାଣିଛ

ତା ମନ ଧରି ରେଖା ଶାଢ଼ୀ ଦେଲା ନାହି

ତେଣୁ କାମବାଲୀ କାମ କଲା ନାହି


ପିଙ୍କି କିନ୍ତୁ ଚୁପ୍ ରୁହ କହିଲା ଆମକୁ

ଦେଖ ସେ ସୁନ୍ଦର ରେଖା ଦିଅର କୁ

ଦି ଦିନ ହେଲା ଘରକୁ ଆସିଛି

ବୁଝିଲ?? କାହିଁକି ସେ ତାର କାମକୁ ଛାଡିଛି


ଘଣ୍ଟାଏ ଏପରି ଚର୍ଚ୍ଚା ହେଲା ପରେ

ସମସ୍ତେ ଚାଲିଲୁ ନିଜ କରମ ପଥରେ

କାମବାଲୀ ଯଦି କାମ ଛାଡ଼ି ଦିଏ

ଭାବିଲି..ଇଜ୍ଜତ ମହତ ଯେ ଯାଏ


ଘରେ ଅବ୍ୟବସ୍ଥା ଦେଖିଲି ଚାରି ଆଡେ ଯେବେ

ଆସିନି ବୋଧେ କାମବାଲୀ ଦୁଃଖରେ ମୁଁ ଭାବେ

କହିଲା ପୁଅ ମା ଫୋନ୍ ଆସିଥିଲା

ଆମ କାମବାଲୀ କାମ ଛାଡି ଦେଲା


ଲାଗିଲା କାନରେ ବିସ୍ଫୋରଣ ହେଲା

କାମବାଲୀ ମୋର କାମ ଛାଡ଼ି ଦେଲା

ଏବେ ମୋ ଉପରେ ଆଙ୍ଗୁଠି ଉଠିବ

ବିନା ଦୋଷେ ମୋତେ ଦଣ୍ଡ ଯେ ମିଳିବ


ଆଉ କି ମହତ ମୋ ରହିବ ସମାଜେ

ଛାଡିଛି କାମ..କାମବାଲୀ ମୋହର ଆଜି ଯେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract