Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gadadhar Sahoo

Inspirational

3  

Gadadhar Sahoo

Inspirational

ଇଶ୍ଵର

ଇଶ୍ଵର

1 min
134



ସଭିଙ୍କ ହୃଦୟେ

ତୁମ୍ଭରି ଆସନ

ବସିଥାଅ ତୁମ୍ଭେ

ସେଠି ରାତ୍ର ଦିନ ।

ନାହିଁ ଭେଦ ଭାବ

ନାହିଁ ବଡ ସାନ

ସମ ଭାବେ ଥାଅ

ତୁମେ ଭଗବାନ ।


ତୁମେ ଆଲ୍ହା ଯୀଶୁ

ତୁମେ କୃଷ୍ଣ ବିଷ୍ଣୁ

ତୁମକୁ ନ ଛିହ୍ନି

ଆମେ ଦ୍ଵନ୍ଦେ ମାତୁ ।


ସକଳ ମଙ୍ଗଳ

ତୁମରି ଭିଆଣ

ଆମ ଅମଙ୍ଗଳ

ନକର ହରଣ ।


ଧର୍ମେ ଧର୍ମେ କଳି

ଲାଗି ରହିଅଛି

କେତେ ରକ୍ତ ବିନ୍ଦୁ

ଭାସି ନ’ ଯାଉଛି


ପ୍ରତି ରକ୍ତ ବିନ୍ଦୁ

ଭିତରେ ଲୁଚିଛ

ତେଣୁ ଏକ ରଙ୍ଗ

ସଭିଙ୍କୁ ଦିଶୁଛ ।


ଏକଥା ନ’ ବୁଝି

ଧର୍ମାନ୍ଧ ହେଉଛୁ

ବିଶ୍ଵ ଶାନ୍ତି ପାଇଁ

ଦଙ୍ଗା ଭିଆଉଛୁ ।


ଏକ ହିଁ ଇଶ୍ଵର

ବୁଝି କର୍ମ କର

ଅହିଂସା ମାର୍ଗ ହିଁ

ସାକ୍ଷାତ ଇଶ୍ଵର  ।



Rate this content
Log in

Similar oriya poem from Inspirational