STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ଇଶ୍ୱର

ଇଶ୍ୱର

2 mins
442

ଜଗନ୍ନାଥ ନାମ ହିଁ ହୃଦୟର ଆଲୋଡନ, ଚିର ଇପ୍ସିତ ବିଷର୍ଣ୍ଣତା, ଶୂନ୍ୟତାକୁ ଡେଇଁ ସମୟର ବେଳାଭୂମି ପରେ କେବଳ ଅନୁଭବ କରି ହୁଏ ପ୍ରିୟତମ ଧନ ଶଙ୍ଖାଳି କୁ ମନ ର ମନସାଙ୍କ ଅଙ୍କିବା ଭିତରେ ସବୁ ସମାଧାନର ସୂତ୍ର ହୋଇ ସମର୍ପଣ ଭାବକୁ ଶିକ୍ଷା ଦେଇ ନିଜ ଅନୁଭବର ପୁଞ୍ଜିରେ କେବଳ ସେ ହିଁ ଦେଖା ଦିଏ ତାର ପଥ ଦେଖାଇ ହାତ ଧରିବାକୁ ଆହା କେତେ ସୁନ୍ଦର ନରମ ହୃଦୟର ସତେ l ଟିକିଏ ଭଲ ପାଇବାରେ ଏ ଜୀବନ କୁ ଭରିଦିଏ ମହ, ମହ ବାସ୍ନାରେ

କେଉଁ ଗ୍ରହ ବା ତା ଠାରୁ ଅଧିକ ଏ ସଂସାରରେ, ସେ ତ ନିଜେ ଗ୍ରହରୂପୀ ଜନାର୍ଦ୍ଦନ ସ୍ୱୟଂ ନାରାୟଣ


  ଯାହାଙ୍କର ଦକ୍ଷିଣ ନେତ୍ର ରବି ମହାଗ୍ରହ ବା (ସୂର୍ଯ୍ୟ )ବାମ ନେତ୍ର ଚନ୍ଦ୍ର ମହାଗ୍ରହ, ନାସିକା ମଙ୍ଗଳ, ଅଧର ବୁଧ, ତିଳକ ରେ ବୃହସ୍ପତି, ରାହୁ ରେଖା ରେ ଶୁକ୍ର, ସର୍ବାଙ୍ଗ ଅଂଶ ରେ ଶନିଶ୍ଚର ବ୍ୟାପ୍ତ ଅଛନ୍ତି l

ମକରାକୃତି କିରୀଟରେ ରାହୁ ଓ ଭୁଜଙ୍ଗାକାର କୁଣ୍ଡଳୀ ରେ କେତୁଙ୍କର ସ୍ଥିତି ଯୋଗୁ ସମସ୍ତ ଗ୍ରହର ସେ ସମନ୍ବିତ ବିଗ୍ରହ ଅଟନ୍ତି lତାଙ୍କୁ ସମର୍ପିତ ଜୀବନ ର ସମସ୍ତ ଦାୟିତ୍ୱ ସେ ହିଁ ନିଅନ୍ତି l ତାଙ୍କ ଶରଣରେ ଥିବା ପ୍ରତେକ ମନୁଷ୍ୟ କିଛି ନା କିଛି ଅନୁଭବ ନିଶ୍ଚୟ ପାଇଥାଏ l

   ସମର୍ପଣ ଯୋଗ ରୁ ବିଭୁ କୃପାର ବିଭବ ଝରି ଆସେ l ଅହରହ ତାଙ୍କ ନାମ ଜପୁଥିବା ହୃଦୟ ଏ ସଂସାର ରେ ତରୀଟିଏ ପାଇଯାଆନ୍ତି l ସବୁ କିଛି ବିଶ୍ୱାସ ର ମୂଳ ଆଧାର lବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର । କୌଣସି ପାର୍ଥିବ ସମ୍ପଦ ମୋହରେ ଭ୍ରମିତ ନ ହେବା ମନ ହିଁ ପ୍ରକୁତ ସମର୍ପିତ l ସଂସାର ରେ ଯେତେ ସମ୍ପଦ ଅଛି ହରି ନାମ ସମ୍ପଦ ହିଁ ସବୁଠାରୁ ଶ୍ରେଷ୍ଠ l ମାୟା ରୂପୀ ଅନ୍ଧାର ରୁ ଶ୍ରୀହରି ନାମକ ରସ କୁ ଯିଏ ଆଲୋକ ଦେଖାଇ ଥାଆନ୍ତି ସେ କେବଳ ନିଜେ ସ୍ୱୟଂ ନାରାୟଣ l ଟିକେ ହୃଦୟର ସମର୍ପଣ ଭାବ ରେ ସେ ସନ୍ତୁଷ୍ଟ ହୋଇ ଅନାଥ ର ନାଥ, ଅଶରଣର ଶରଣ ହୁଅନ୍ତି l କାମନା ର କମକୁଟ ଭିତରେ ମଣିଷ ଠିକ ରାସ୍ତା ଭୁଲି ଯାଏ l ଯାହାକି ଜୀବନର ବାସ୍ତବତା ଠାରୁ ବହୁତ ଦୂରକୁ ଚାଲିଯାଏ l ଏ ଅସାର ସଂସାର ରେ ସବୁ କିଛି ଅନିତ୍ୟ, ଅସାର, ମିଛ ମରୀଚିକା କେବଳ ପ୍ରଭୁ ହିଁ ଏକମାତ୍ର ସତ୍ୟ, ନିତ୍ୟ, ସାର, ବାସ୍ତବ କୃପାଳୁ ସେ

ହେ ମହାପ୍ରଭୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational