STORYMIRROR

Srinibas Mahalik

Inspirational Others

2  

Srinibas Mahalik

Inspirational Others

ଇଂରାଜୀ ଭାଷା

ଇଂରାଜୀ ଭାଷା

1 min
13.8K


ବିଶ୍ଵରେ ଭାରତ ଦ୍ଵିତୀୟ ସ୍ଥାନରେ

ଇଂରାଜୀ କହିବାରେ

ହେଲେ ଭାରତର ଛାତ୍ରମାନେ ପ୍ରାୟ

ଫେଲ୍ ସେହି ବିଷୟରେ !!

ଆପଣା ଭାଷାରେ କାହିଁକି ଏଠାରେ

ହୁଏ ନାହିଁ ଉଚ୍ଚଶିକ୍ଷା

ବାପା ମା' ନଥିବା ବିଦେଶୀ ଭାଷାକୁ

କାହିଁ ମାନି ନେଉ ଦିକ୍ଷା !!

ପିଲାଟି ବେଳରୁ କାହିଁକି ଆମକୁ

ଶିଖା ହୁଏ ଇଙ୍ଗିରାଜି

ବିଦେଶକୁ କ'ଣ ଯାଇକି ସେଠାରେ

ଖାଇବାକୁ ପାଓଭାଜି !!

ଇଂରାଜି ନକହି ଅନେକ ଦେଶ ବି

ଆମଠୁ ଉନ୍ନତ, ଧନୀ

ଆମେ କାହିଁ ଆମ ଭାଷାକୁ ନକହି

ହେବା ନାହିଁ ସ୍ଵାଭିମାନୀ !!

ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational