STORYMIRROR

Gouri Panda

Classics

3  

Gouri Panda

Classics

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
210


ରଙ୍ଗିନ ଆଲୁଅ, ଛାଇ ସମାହାର 

ଇନ୍ଦ୍ରଧନୁ ଅଟେ ନଭ ଫୁଲହାର। 


ବୃଷ୍ଟି ଦେବ ଇନ୍ଦ୍ର, ଧନୁ ପରି ଦିଶେ

ଇନ୍ଦ୍ରଧନୁ ବୋଲି ନାମ ଦେଲୁ ଶେଷେ।


ଭୂଇଁ ପୃଷ୍ଟେ ଥାଇ, ଯଦି ତୁମେ ଦେଖ

ବଙ୍କା ଧନୁ ପରି ଦେଖାଯାଏ ଏକ। 


ଉଡାଜାହାଜ ରେ ଦେଖ ଯଦି ଯାଇ

ଇନ୍ଦ୍ରଧନୁ ଗୋଲ, ଦେଖାଯିବ ଭାଇ। 


ପ୍ରକୃତ ରୂପରେ ଚୂଡି ଆକାରରେ

ଦେଖୁ ସାତ ରଙ୍ଗ ସେ ଇନ୍ଦ୍ରଧନୁ ରେ। 


ବା,ଘ,ନୀ,ସ,ହ,ନା,ଲା ଏହି ରଙ୍ଗ ରେ

ଶୋଭାପାଏ ମେଘ ଛଡା ଆକାଶରେ। 


ବାଇଗଣି, ଘନନୀଳ, ପୁଣି ନୀଳ

ନାରଙ୍ଗୀ, ହଳଦୀ, ସବୁଜ ଓ ଲାଲ। 


ସାତ ରଙ୍ଗ ପରା ଅଟେ ଇନ୍ଦ୍ରଧନୁ 

ଦେଖିଲେ ଆକାଶେ ଲିଭେନାହିଁ ମନୁ। 


ବିଶ୍ବ ବ୍ରହ୍ମାଣ୍ଡ ରେ କେତେ ଯେ ଘଟଣା 

ଇନ୍ଦ୍ରଧନୁ ପୁଣି କ୍ଷୁଦ୍ର ଜଳକଣା।


ପଦାର୍ଥ ବିଜ୍ଞାନ କଥା ଅନୁସାରେ 

ବାଇଗଣି ଆଲୋକ ଶକ୍ତି ଅଧିକରେ।


କମ୍ ଶକ୍ତି ଥାଏ, ଲାଲ ଆଲୋକ ରେ

ରଙ୍ଗ ଉପରେ ଶକ୍ତି ନିର୍ଭର ଯେ କରେ। 


ସବୁ ଆଲୋକ ର ଶକ୍ତି ଅସମାନ

ଇନ୍ଦ୍ରଧନୁ କରେ ସରସ ଜୀବନ। 


ଆକାଶେ ଦେଖାଗଲେ ଇନ୍ଦ୍ରଧନୁ 

ତା'ଛବି ଲିଭେନା ଅମାନିଆ ମନୁ। 


ଇନ୍ଦ୍ରଧନୁ ଯେବେ ଦେଖଇ କବି ଟି

କବିତା ମନରୁ ଆସଇ ଉକୁଟି। 


ଇନ୍ଦ୍ରଧନୁ ରୂପ ଅଟେ ଅନୁପମ 

ରଙ୍ଗ ପସରାରେ ନୁହେଁ କେହି ସମ। 


ଇନ୍ଦ୍ରଧନୁ ପରି ଭରୁ ସାତ ରଙ୍ଗେ 

ମାନବ ଜୀବନ ଏକାଠି ତା ସଙ୍ଗେ। 


ଉଲ୍ଲସିତ ହୁଅ ଇନ୍ଦ୍ରଧନୁ ସାଥେ

ଜୀବନ ଟା ବିତିଯାଉ ଏହି ମତେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics