Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Fantasy

4  

Sukadev Mahanta

Abstract Fantasy

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
459


ଟୁପୁରୁ ଟୁପୁରୁ      ମେଘ ବରଷିଲା

      କଳା ପରଦାକୁ ଟାଣି

ଗୋଟିଏ ଛତାର    ଆଢୁଆଳେଦୁହେଁ 

     ଚାଲୁଥିଲେ ରାଜା ରାଣୀ ||


ସାରୁ ବୁଦା ମୂଳେ     ବେଙ୍ଗ ଓ ବେଙ୍ଗୁଲୀ

      ଆନନ୍ଦେ ଗାଆଁନ୍ତି ଗୀତ

ଚାଲ ଚାଲ ଆମେ   ରାଜାରାଣୀ ସଙ୍ଗେ

       ଯାଇ ବସିବା ସଙ୍ଗାତ||


ଛାଡି ଗଲା ମେଘ     ଦିଶିଲା ସୂରୁଯ

    ବୁଣିଦେଲା ଜ୍ୟୋତି ଧାରା

ଜଳକଣା ଦେଇ      ଆଲୋକର ରଶ୍ମୀ

       ପ୍ରତିଶ୍ରୁତ ହେଲା ପୂରା ||


ପ୍ରତିସୃତ ରଶ୍ମୀ       ନଭ ପରଦାରେ

       ବର୍ଣ୍ଣାଳୀଟେ ଦେଲା ଆଙ୍କି

ସାତ ରଙ୍ଗ ସେଠି      ସୁନ୍ଦର ଦିଶିଲା

         ଇନ୍ଦ୍ର ଧନୁ ନାମ ଲେଖି||


ସାତ ରଙ୍ଗେ ଭରା       ଧନୁ ସମ ଦିଶେ 

           ବୋଲି ନାମ ଇନ୍ଦ୍ରଧନୁ

ଦେଖିଦେଲେ ଆଖି     ଲାଖି ରହିଯାଏ

          ଭୁଲିହୁଏ ନାହିଁ ମନୁ  ||


ବାଇଗଣୀ ସଙ୍ଗେ      ଘନନୀଳ ନୀଳ

        ସବୁଜ ଓ ହଳଦିଆ

ନାରଙ୍ଗୀ ସାଙ୍ଗକୁ        ଲାଲ ରଙ୍ଗ ମିଶି

          ସାତରଙ୍ଗ ମନଲୋଭା||


କାହା ଧନୁ ନୁହେଁ         ଆଲୋକ ବର୍ଣ୍ଣାଳୀ

          ଆକାଶର ପରଦାରେ

ଜଳ କଣା ଏଠି           ପ୍ରିଜିମ୍ ସଦୃଶ 

          ବର୍ଣ୍ଣାଳୀ ସୃଜନ କରେ ||


ପ୍ରତିସରଣାଙ୍କ           ବିଭିନ୍ନ ରଙ୍ଗର

        ଆଲୋକର ରଶ୍ମୀ ପାଇଁ

ଭିନ୍ନ ଭିନ୍ନ ଅଟେ        ତାଙ୍କ ଗତି ପଥ

       ଭିନ୍ନ ପରିବେଗ ପାଇଁ ||


ଗୋଟିଏ ମାଧ୍ୟମୁ         ଅନ୍ୟ ମାଧ୍ୟମକୁ

        ରଶ୍ମୀଟିଏ ଏକ ରଙ୍ଗର

ପ୍ରବେଶ ମାତ୍ରକେ        ଗତି ପଥ ତାର

         ବଦଳି ଯାଏ ସତ୍ବର  ||


ଦ୍ୱିତୀୟ ମାଧ୍ୟମେ       ପରିବେଗ ତାର

       ବଦଳି ହୁଅଇ ଭିନ୍ନ

ଦିଗ ବଦଳାଇ        ନୂତନ ଦିଗରେ

      ଗତିକରେ ତାହା ଜାଣ ||


ଦ୍ବିତୀୟ ମାଧ୍ୟମୁ        ରଶ୍ମୀଟି ପୁନଶ୍ଚ

    ତୃତୀୟ ମାଧ୍ୟମେ ଗଲେ

ପରିବେଗ ସଙ୍ଗେ    ପୁନଶ୍ଚ ବଦଳେ

     ପ୍ରତିସରଣାଙ୍କ ଭଲେ ||


ଗତି ପଥ ତାର     ମୂଳ ପଥୁ ତେଣୁ

    ପାର୍ଶ୍ବ ବିସ୍ଥାପନ କରେ

ସୌର ରଶ୍ମୀ ସ୍ଥିତ   ସାତଟି ବର୍ଣ୍ଣର

     ସାତରଶ୍ମୀ ଏହା କରେ ||


ସୂରୁଯରୁ ଏକ    ଆଲୋକର ରଶ୍ମୀ

    ଜଳକଣା ଦେଇ ଗଲେ

ନିର୍ଗତ କିରଣେ     ସାତ ରଙ୍ଗ ସାତ

   ରେଖାରେ ଯାଏରେ ଭଲେ||


ଏହି ରଶ୍ମୀଗୁଚ୍ଛ     ନଭ ପରଦାରେ

    ପଡିଗଲେ ଯାଇ ଥରେ

ସାତଟି ରଙ୍ଗର   ବର୍ଣ୍ଣାଳୀ ଆଙ୍କିଣ

   ଇନ୍ଦ୍ରଧନୁ ସୃଷ୍ଟି କରେ||


କାହା ଧନୁ ନୁହେଁ     ଭଲ ଭାବେ ଜାଣ

      ଆଲୋକର ପ୍ରକୀର୍ତ୍ତନ

ଇନ୍ଦ୍ରଙ୍କର ଏହା      ଧନୁ ନୁହେଁ ଜାଣ

     ସୂରଯର କର ଜାଣ ||


ଏହି କଥା କହି    ବେଙ୍ଗ ବେଙ୍ଗୁଲୀର

    ଗାଲେ ଆଙ୍କିଦେଲା ଚୂମା

ସୂରୁଯର କର    ଭିଜା ଓଠେ ପଡି

     ଝଟକିଲା ଅରୁଣିମା ||


କେମିତି ଲାଗିଲା   ଇନ୍ଦ୍ରଧନୁ କଥା

   ମନ୍ତବ୍ୟଟେ ଲେଖିଦିଅ

ଭଲ ଲାଗିଥିଲେ    ପସନ୍ଦ କରିବ

     ମୋହର ଜୁହାର ନିଅ ||



Rate this content
Log in

Similar oriya poem from Abstract