STORYMIRROR

padmaja pati

Abstract

3  

padmaja pati

Abstract

ଇଲେକ୍ଟ୍ରନ୍(ତଡିତାଣୁ)

ଇଲେକ୍ଟ୍ରନ୍(ତଡିତାଣୁ)

1 min
236


ଜଡଠାରୁ କୀଟ, ଯେତେ ଜୀବଜନ୍ତୁ

ଜଳ,ସ୍ଥଳ, ଆକାଶରେ

ଭୂମିରୁ ଭୂମାକୁ ପରିବ୍ୟାପ୍ତ ତାହା

'ତଡିତାଣୁ' ସକଳରେ।


ଶାଶ୍ବତ ଶକତି ଅଂଶ ବିଶେଷ

ଅଦୃଶ୍ୟ ଭାବରେ ଥାଇ

ଅଗଣିତ ରୂପ ମୂଳାଧାର ସେହି

ସତ୍ତାରେ ଅଭିନ୍ନ ନୋହି।


ଜୀବ ଓ ନିର୍ଜୀବ ମଧ୍ୟେ ଶିବଙ୍କର

ଆସ୍ଥାନ ପ୍ରାୟେକ ରହି

ଏକରେ ଅନେକ, ଅନେକରେ ଏକ

ଅଗଣିତ ରୂପ ହୋଇ।


କାଳ ପ୍ରବାହରେ ଗଢା ଯେତେ ଜୀବ

ଦେହଧାରୀ ଆତଯାତ

ଅଦୃଶ୍ୟ ଭାବରେ ସକଳ ବସ୍ତୁରେ

ହୋଇଛନ୍ତି ପ୍ରକଟିତ।


ଅଣୁ ପରମାଣୁ ବନ୍ଧା ନିୟମରେ

ନୁହନ୍ତି ଯେ ଅସଜଡା

ନଭଶ୍ଚୁମ୍ବୀ ଅଟ୍ଟାଳିକାର ଆଧାର

ରୂପେ ହୋଇଛନ୍ତି ଛିଡ଼ା।


ସ୍ଥାବର, ଜଙ୍ଗମ,ତରୁଲତା , ପଶୁ

ପକ୍ଷୀଙ୍କ ସହିତ ନର

ବିଶ୍ଵର ଏକତା ସୃଷ୍ଟି, ସ୍ଥିତିପାଇଁ

ହୋଇବ ସେ ଆଗୁସାର।



ଦିବ୍ୟ ସ୍ଫୁଲିଙ୍ଗରେ ଆତ୍ମ ଜ୍ୟୋତି ତା'ର

ହୋଇଯିବ ପ୍ରଜ୍ବଳିତ

ଅନନ୍ତ, ଅସୀମ କୃପା କରି ଲାଭ

ହେବ ନିଶ୍ଚେ କାଳାତୀତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract