ଈଶ୍ବରଙ୍କ ଅବତାର
ଈଶ୍ବରଙ୍କ ଅବତାର
ଅଜ୍ଞାନ ଅନ୍ଧାର ଦୂରକରି
ଜ୍ଞାନର ଆଲୋକ ଦେଲ ଭରି ।
ସତ୍ୟ, ଧର୍ମ, ତତ୍ତ୍ଵ, ଜ୍ଞାନ ଦେଇ
ମୋକ୍ଷ ମାର୍ଗ ଦେଇଛ ବତାଇ।
ବସୁମତୀ ସମ ହେବାପାଇଁ
ସାଗର ପରି ଗମ୍ଭୀର ହୋଇ ।
କୃଷକର ଶ୍ରମ କରିବା ପାଇଁ
ଦେଇଛ ପରା ମୋତେ ଶିଖାଇ ।
,ବିନମ୍ରତା, ଗୁଣ ଭରିଦେଇ
ରୂପ,ରସ,ଗନ୍ଧ ଦେଲ ଭରି ।
ଅର୍ଦ୍ଧ ପ୍ରସ୍ଫୁଟିତ କଢି ଥିଲି ମୁଁ
ସୁବାସିତ ପୁଷ୍ପ ତବ ସ୍ପର୍ଶ ପାଇ ।
ଯନ୍ତ୍ରଣା ଜର୍ଜରିତ ଜୀବନ ଯିଇଁ
ସୁଖ,ଶାନ୍ତି ଚାବି କାଠି ଧରାଇ ।
ଜୀଇଁ ବାର କଳା ଦେଇଛ ଶିଖାଇ
ଉତ୍ତମ ଚରିତ୍ର ନିର୍ମାଣ କରାଇ ।
ନର ଦେହେ ତୁମେ ସାକ୍ଷାତ ଈଶ୍ବର
ଏ ଜୀବନ ପରା ତୁମ ଉପହାର ।
ଈଶ୍ଵରଙ୍କର ବା କି ଗୁଣ ବର୍ଣ୍ଣିବି
ଗୁରୁ ଗୁଣ ଗାନ ସଦା କରୁଥିବି ।
