STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଈଶ୍ବର ସର୍ବର୍ତ୍ର ବିଦ୍ୟମାନ

ଈଶ୍ବର ସର୍ବର୍ତ୍ର ବିଦ୍ୟମାନ

1 min
468



ଏଇ ଧରା ଆମ ଈଶ୍ବର ନିର୍ମିତ

ଈଶ୍ବରଙ୍କ ରୋମମୂଳେ।

ଶହ ଶହ ଧରା ବିରାଜୁ ଅଛନ୍ତି

ଏ ଧରା ସମ ନିରୋଳେ ।୧।

ନିଜ ନିଜ ଅକ୍ଷ ପଥରେ ସରବେ

ଘୁରୁଛନ୍ତି ଅବିରତ ।

ଈଶ୍ବର ସର୍ବର୍ତ୍ର ବିଦ୍ୟମାନ ସଦା

କାଳେ ଅଛନ୍ତି ସତତ ।୨।

ଈଶ୍ବର ସାକାର ଅବା ନିରାକାର

ଯୁକ୍ତି ତର୍କ କରନାହଁ ।

ଭାବର ଈଶ୍ବର ଭାବରେ ଅଛନ୍ତି

ସର୍ବର୍ତ୍ର ଅଦୃଶ୍ଯ ହୋଇ। ୩।

ସୃଜିଲେ ବ୍ରହ୍ମାଣ୍ଡ ଅତି ଯତନରେ

ଯେକାଳେ ପରମେଶ୍ଵର।

ପଞ୍ଚ ମହାଭୂତ କରି ସରଜନା

ରହିଲେ ତାହା ଭିତର ।୪।

ଯାହା ଆମେ ଦେଖୁ ତାହାରି

ଭିତରେ ବିରାଜମାନ ଈଶ୍ବର।

ଈଶ୍

ବର ସର୍ବର୍ତ୍ର ବିଦ୍ୟମାନ ସଦା

ଅନୁଭବ ତାଙ୍କୁ କର ।୫।

ଭକ୍ତ ପ୍ରହଲ୍ଲାଦ ପାଇଁ ନରସିଂହ

ସ୍ତମ୍ଭରୁ ହେଲେ ବାହାର ।

ହିରଣ୍ୟକଶିପୁ ବିଦାରଣ କଲେ

ଜାଣିଲେ ସାରା ସଂସାର ।୬।

କାଳ ରୂପ ଅବା ଅମୃତ ରୂପରେ

ସର୍ବର୍ତ୍ର ଈଶ୍ବର ରହି।

ଲୀଳାରତ ସଦା ତାଙ୍କର କରମ

କିଏ ବା ପାରିବ କହି ।୭।

ହଜାର ହଜାର ଜନମ ବିତିଲେ

ଜାଣିବା ପାଇଁକି ତାଙ୍କୁ ।

ଯତନ କରନ୍ତି କୋଟିିକରେ ଜଣେ

ଦର୍ଶନ କରେ ତାହାଙ୍କୁ ।୮।

ଈଶ୍ବର ସର୍ବର୍ତ୍ର ବିଦ୍ୟମାନ ଜାଣି

ତାଙ୍କର ଶରଣ ଯାଅ।

ଈଶ୍ୱରଙ୍କୁ କର୍ମ ମନ ପ୍ରାଣ ଅର୍ପି

ଆନନ୍ଦରେ ତୁମେ ଥାଅ।୯।



Rate this content
Log in

Similar oriya poem from Abstract