ଈଶ୍ବର ଦୟାର ସାଗର
ଈଶ୍ବର ଦୟାର ସାଗର
ହେ ଈଶ୍ବର ତୁମେ ଦୟାର ସାଗର
କରିବନି ଦୟା ଉଣା
ଏ ଭବ ସାଗର ପାରି ହେବା ପାଇଁ
କରିବ ପ୍ରଭୂ କରୁଣା ।
ଧନ କି ବିଭବ ଲୋଡ଼ା ନାହିଁ ପ୍ରଭୂ
ଲୋଡ଼ା ତୁମରି ଆଶୀଷ
ତୁମ ବିନା ପ୍ରଭୂ ଏ ମାୟା ସଂସାର
ଲାଗଇ ତ ଖାଲି ବିଷ ।
ଚୁନା ହୋଇଯାଏ ସୁନାର ସଂସାର
କିଏ ଵା ପାରିବ କଳି
ସୁନାମି-ଭୁକମ୍ପେ ପୋକ ମାଛି ପରି
ଜନତା ପଡନ୍ତି ବଳି ।
ମୃତ୍ୟୁ ଗ୍ରାସିଯାଏ ପୋଖତ ଶରୀର
ନବଜାତ ଥାଏ ଚାହିଁ
କାହାର ଆୟୁଷ କେବେ ସରିଯାଏ
ତମେ ହିଁ ଯାଣ ଗୋସାଇଁ ।
କରୁଣାବତାର ଦୟାର ସାଗର
ତୁମେ କୃପା ପାରାବାର
ଜୀବନ ନଉକା ପାରିକରିଦେବ
ଆହେ ଦୟାର ସାଗର ।