STORYMIRROR

ଦୀପଙ୍କର ଦାସ

Inspirational Others Children

3  

ଦୀପଙ୍କର ଦାସ

Inspirational Others Children

ଈଶ୍ୱରଙ୍କୁ ଖୋଜୁଛି

ଈଶ୍ୱରଙ୍କୁ ଖୋଜୁଛି

1 min
180

ଘରେ ଜଣେ ଅନ୍ଧାରରେ ବସିଛି

ମୁଁ ଆଲୁଅ ସନ୍ଧାନରେ ବାହାରିଛି

ଭୋକରେ ତା ପେଟ ଜଳି ଯାଉଛି

ମୁଁ ପୂର୍ଣ୍ଣ ପାତ୍ର ରେ କୁଆଡେ ବାହାରିଛି

ସେଠି ଦେହ ଝାଳରେ ଗମ୍ ଗମ୍ ହୋଇଯାଉଛି

ମୁଁ ଏଠି ଜଣକୁ କ୍ଷୀରରେ ଗାଧେଇ ଦଉଛି

ତାର ଛାତି ଫାଟି କୋହ କମୁନି

ଏଠି କେତେ ନଡ଼ିଆ ଫାଟୁଛି

ତାର ନେତ୍ର ଲୋତକ ପୂର୍ଣ୍ଣ

ମୁଁ ମନ୍ତ୍ର ଭାବରେ ସଂପୂର୍ଣ୍ଣ

ତାର ଲୁଗାପଟା କେତେ ମଇଳା

ବାଜେ ଦୁର୍ଗନ୍ଧ ଆସୁଛି

ମୁଁ ଫୁଲ,ଚନ୍ଦନ,ଧୂପ, ଧୁଣା ଦେଇ

ଭକ୍ତିରେ ମଜି ଯାଉଛି

ତାର ଜୀବନର ରଙ୍ଗ ଛଡେଇ

ମୁଁ ଲାଲଟେ ସିନ୍ଦୂର ଭରୁଛି

ସେଦିନେ ମୋ ପାଇଁ ଏମିତି କରିଥିଲା

ମୁଁ ମୋ ପିଲା ପାଇଁ କରୁଛି

ତା ଜୀବନରେ ଶାନ୍ତି ଛଡ଼ାଇ

ଏଠି ଓମ୍ ଶାନ୍ତି ଓମ୍ ଶାନ୍ତି ଜପୁଛି

ସେ ଜୀବନ୍ତ ମଡା ସାଜିଛି

ମୁଁ ପଥର ଭିତରେ ଖୋଜୁଛି

ଘରେ ଚଳନ୍ତି ଦେବତା ଅଛନ୍ତି

ମୁଁ ମନ୍ଦିର ଭିତରେ ଖୋଜୁଛି

ଭଗବାନ ତୁମେ କୋଉଠି

ତୁମକୁ କେତେ ମୁଁ ଖୋଜୁଛି

ହଁ,ସେ ଜୀବନ୍ତ ମଡା ସାଜିଛି

ମୁଁ ପଥର ଭିତରେ ଖୋଜୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational