STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଈଶ୍ୱରଙ୍କୁ ଚିଠି

ଈଶ୍ୱରଙ୍କୁ ଚିଠି

1 min
226

ହେ ମହାପ୍ରଭୁ ଲେଖୁ ଅଛି ତୁମକୁ ଚିଠି

ତୁମେ ପରା ରହି ଅଛ ସବୁଠି

ତୁମରି ଭାବରେ ସବୁ ମୁଁ ଭୁଲିଗଲି

ସଂସାର ଯାତନା ନୀତି ମୁଁ ଭୋଗିଲି

ତୁମ ପାଇଁ ହୋଇ. ଗଲି ମୁଁ ବିଭୋର

ତୁମରି ଗୁଣ ଗାଇଲି ହୃଦୟେ ମୋର

ହେଲେ ଜଗତରେ ନିନ୍ଦା ଅପବାଦ ଭୋଗିଲି

ଦୁଷ୍ଟ ଲୋକ ଠାରୁ ଦୁଃଖ ଭୋଗିଲି

ମୋ ଦୁଃଖ ବୁଝିବାକୁ ଆଉ କେହି ନାହିଁ ବୋଲି

ଚିଠି ଲେଖୁଅଛି ଆଜି ମୋର ମନ ଖୋଲି

ମୋ ଚିଠି ପଢି ତୁମେ ମୋ ଦୁଃଖ ବୁଝି କି ପାରିବ

ତୁମରି ଦାଣ୍ଡର ମୁଁ ଭିକାରି ହେଲି

କେବେ ପର ନ କରିବ

ସବୁ ସମ୍ପର୍କ କାଟି ତୁମ ସାଥେ ଭାବ ଲଗାଇଲି

ତୁମ ପାଖେ ନିଜକୁ ଅରପି ଦୁଃଖ

ଜଣାଇ ଚିଠି ଲେଖିଦେଲି



Rate this content
Log in

Similar oriya poem from Inspirational