ଈଶ୍ୱରଙ୍କୁ ଚିଠି
ଈଶ୍ୱରଙ୍କୁ ଚିଠି
ହେ ମହାପ୍ରଭୁ ଲେଖୁ ଅଛି ତୁମକୁ ଚିଠି
ତୁମେ ପରା ରହି ଅଛ ସବୁଠି
ତୁମରି ଭାବରେ ସବୁ ମୁଁ ଭୁଲିଗଲି
ସଂସାର ଯାତନା ନୀତି ମୁଁ ଭୋଗିଲି
ତୁମ ପାଇଁ ହୋଇ. ଗଲି ମୁଁ ବିଭୋର
ତୁମରି ଗୁଣ ଗାଇଲି ହୃଦୟେ ମୋର
ହେଲେ ଜଗତରେ ନିନ୍ଦା ଅପବାଦ ଭୋଗିଲି
ଦୁଷ୍ଟ ଲୋକ ଠାରୁ ଦୁଃଖ ଭୋଗିଲି
ମୋ ଦୁଃଖ ବୁଝିବାକୁ ଆଉ କେହି ନାହିଁ ବୋଲି
ଚିଠି ଲେଖୁଅଛି ଆଜି ମୋର ମନ ଖୋଲି
ମୋ ଚିଠି ପଢି ତୁମେ ମୋ ଦୁଃଖ ବୁଝି କି ପାରିବ
ତୁମରି ଦାଣ୍ଡର ମୁଁ ଭିକାରି ହେଲି
କେବେ ପର ନ କରିବ
ସବୁ ସମ୍ପର୍କ କାଟି ତୁମ ସାଥେ ଭାବ ଲଗାଇଲି
ତୁମ ପାଖେ ନିଜକୁ ଅରପି ଦୁଃଖ
ଜଣାଇ ଚିଠି ଲେଖିଦେଲି