STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଈଶ୍ୱରଙ୍କ ଠିକଣା

ଈଶ୍ୱରଙ୍କ ଠିକଣା

1 min
265


କେବେ ସେ ସାକାର କେବେ ନିରାକାର

ପ୍ରତି ଘଟେ ତାଙ୍କ ବାସ,

କେଉଁଠି ଖୋଜିବା ତାଙ୍କର ଠିକଣା

ଅଛନ୍ତି ସେ ଚଉପାଶ l

ପ୍ରତି ପ୍ରଭାତରେ ନାଲି କିରଣରେ

ରୂପ ତାଙ୍କ ପ୍ରତିଭାତ,

ଫୁଲର ହସରେ ସମୀର ଶିଖରେ

ଭ୍ରମର ରୂପରେ ସେତ l

କୀଟ ଠୁଁ ମାନବ ସବୁ ତାଙ୍କ ସୃଷ୍ଟି

ସଭିଏଁ ତାଙ୍କର ଅଂଶ,

ଭାବ ଭକ୍ତି ବଳେ ଖୋଜିଲେ ତାହାଙ୍କୁ

ମିଳିଥାନ୍ତି ସେ ଅବଶ୍ୟ l

ପ୍ରହ୍ଲାଦ ଖୋଜିଲେ ଖମ୍ଭରେ ତାହାଙ୍କୁ

ତହିଁରୁ ବାହାର ହେଲେ,

ଧ୍ରୁବ ଖୋଜିହେଲେ ବଣରେ ଯାଇକି

କୋଳେ ତାଙ୍କୁ ବସାଇଲେ l

କିଏ ଖୋଜେ ତାଙ୍କୁ ମନ୍ଦିରରେ ପୁଣି

କିଏ ଖୋଜେ ଗୀର୍ଜା ଘରେ,

ମସଜିଦ୍ ପରେ ଖୋଜୁଥାଏ କିଏ

କିଏ କାଷ୍ଠ ପାଷାଣ ରେ l

କିଏ ଖୋଜେ ତାଙ୍କୁ ଧ୍ୟାନ ବଳେ ପୁଣି

 କିଏ ଖୋଜେ ଭଜନରେ,

କିଏ ଖୋଜେ ତାଙ୍କୁ ଧୂପଦୀପ ଯ6ଜ୍ଞ

କ୍ଳିଷ୍ଟ ତପ ସାଧନାରେ l

ପିତାମାତା ରୂପେ ସେହିତ ଥାଆନ୍ତି

ଭାଇ ବନ୍ଧୁ ରୂପେ ସେହି,

ଆତ୍ମୀୟ ସ୍ୱଜନ ମାନଙ୍କ ମଧ୍ୟରେ

ଥାଆନ୍ତି ପୁଣି ସେ ରହି l

କେଉଁ ବିଧିରେ ସେ ବନ୍ଧା ତ ନୁହନ୍ତି

ଆତ୍ମା ରୂପୀ ଭଗବାନ,

ସବୁରି ଘଟରେ ବିଜେ କରିଛନ୍ତି 

ନାହିଁ କିଛି ଭିନ୍ନାଭିନ୍ନ l

ଭକ୍ତ ଯେଉଁ ରୂପେ ଖୋଜିବ ତାହାଙ୍କୁ

ପାଇବ ତାଙ୍କୁ ସେ ପାଖେ,

ନିରାକାର ରୁ ସେ ଆକାର ନିଅନ୍ତି

ନେତ୍ରେ ସେଇ ରୂପ ଦେଖେ l



Rate this content
Log in

Similar oriya poem from Inspirational