Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4  

Jagannath Barik

Inspirational

ଈଶ୍ୱରୀୟ ଅନୁଭୂତି

ଈଶ୍ୱରୀୟ ଅନୁଭୂତି

1 min
450


ଈଶ୍ୱରଙ୍କୁ ଟିକେ ଦେଖିବା ପାଇଁକି

କେତେ ମୁଁ ଉପାୟ କଲି

ଦେଉଳକୁ ଗଲି, ତୀର୍ଥରେ ଭ୍ରମିଲି

ଗୀର୍ଜା ଭିତରେ ଖୋଜିଲି |


ମସଜିଦ ଗଲି ଗୁରୁଦ୍ୱାର ଗଲି

ସତସଙ୍ଗ କେତେ କଲି

ଦାନ ପୁଣ୍ୟ କଲି ପୂଜା ପାଠ କଲି

ବ୍ରାହ୍ମଣ ଭୋଜନ ଦେଲି |


ଚାରିଧାମ ଗଲି ଜପ ତପ କଲି

ଘରେ ମାଳି ଗଡ଼ାଇଲି

ପୂଜା ମହୋତ୍ସବ ଦର୍ଶନ କରିଲି

ସାଧୁ ସନ୍ଥ ସେବା କଲି |


ଖୋଜିଲି ଅରଣ୍ୟ ଜନ ନିକେତନ

ଖୋଜିଲି ସାଗର ତଟେ

ଆକାଶ ଖୋଜିଲି ପାତାଳ ଖୋଜିଲି

ଅତିକ୍ରମି କଷ୍ଟେ ମଷ୍ଟେ |


କଲି ଋଷିକେଶ ଆଶ୍ରମେ ପ୍ରବେଶ 

କୁମ୍ଭମେଳା ହରିଦ୍ୱାର

କାହିଁ ଅନୁଭୂତି ନହେଲା ମୋହର

ଈଶ୍ୱର କାହିଁ ଥିବାର |


ଆସିଲି ମୁଁ ପୁରୀ ବ୍ରହ୍ମଦାରୁ ହରି

କରିବାକୁ ଦରଶନ

ବାଇଶି ପାବଛେ ଚଢ଼ୁ ଚଢ଼ୁ ପଛୁ

ଡାକିଲେ ଜଣେ ବ୍ରାହ୍ମଣ |


କାହାକୁ ଖୋଜୁଛ ଦୁଃଖ ମନେ ଅଛ

ପ୍ରକାଶ କର ବହନ

ଉଦ୍ଦେଶ୍ୟ ପ୍ରକାଶ କରନ୍ତେ ହସିଲେ

ବୋଇଲେ ହେ ବାପ ଧନ |


ଅଣୁ ଅନ୍ତରୀକ୍ଷ ଯାହାର ପ୍ରକାଶ

ଭୂମିରୁ ଭୂମା ଯେ ବ୍ୟାପ୍ତ

ତୁମରି ମନରେ ତାହାଙ୍କ ନିବାସ

 ତୁମର ସେ ଚିର ପ୍ରାପ୍ତ |


ଘଟେ ଘଟେ ପୂରି ଛନ୍ତି ନରହରି

ହୃଦେ ତାଙ୍କୁ ଲୟକର

ଲୋଡ଼ା ନାହିଁ ତୀର୍ଥାଟନ କି ଭ୍ରମଣ

ସବୁଠି ଯାହାର ଘର |


ନାଭିରେ କସ୍ତୁରୀ ଥାଇ ଯେଉଁପରି

ମୃଗ ବୁଲେ ବନ ବନ

ହୃଦାସନେ ତୋର ବିଜେ ଭଗବାନ

କେଣେ କର ଅନ୍ୱେଷଣ |


ପାଇଗଲି ତତ୍ତ୍ୱ ହୋଇ ପ୍ରଣମିତ

ଗୁରୁଦେବ ଶ୍ରୀପୟର 

ଅନୁଭବ କଲି ମୋ ମନ ମନ୍ଦିରେ

ବିରାଜିତ ବିଶ୍ୱେଶ୍ୱର |



Rate this content
Log in

Similar oriya poem from Inspirational