ଈଶ୍ୱର
ଈଶ୍ୱର
ସୃଷ୍ଟି ସ୍ଥିତି ପ୍ରଳୟ ର ଉର୍ଦ୍ଧ୍ୱ ରେ
ସାକାର ନିରାକାର ର ବିଭେଦ ରେ
ପଞ୍ଚଭୁତ ର ନିୟାମକ
ସଚରାଚର ଜୀବ ଜଗତ ର ମୂଳାଧାର
ଆକୀଟ ବ୍ରହ୍ମ ପରିବ୍ୟାପ୍ତ
ଜୀବନ ଯଜ୍ଞ ର ଉଦ୍ଗାତା
ବିଶ୍ୱାସ ର ଅନ୍ତଃସ୍ଥଳେ ବିରାଜିତ
ବିଶ୍ୱ ବ୍ରହ୍ମାଣ୍ଡ ର ମହା ନାୟକ ।
ଆସିଥାଅ ଧରାଧାମେ ଅବତରି
ପାପୀ ପରିତ୍ରାଣ ପାଇଁ
ସ୍ରଷ୍ଟା ଓ ସୃଷ୍ଟି ର ଅଭିନୟ
ବିକାଶ ବିଲୟ ର ନିଚ୍ଛକ ପ୍ରତିଫଳନ
ଅଣୁ ପରମାଣୁ ରେ ବିକଶିତ
ରୂପ ରସ ଗନ୍ଧ ର ସମ୍ମୋହନ
ବିଗଳିତ ହୃଦୟ ରେ ଆସ ତୁମେ
ଧରାଧାମେ ଅବତାରି
ଯେବେ ସୃଷ୍ଟି ହୁଏ ବାର ବାର ଧ୍ୱଂସ
ରଖିବାକୁ ସ୍ରଷ୍ଟା ରୂପେ ସୃଷ୍ଟି ର ମର୍ଯ୍ୟାଦା ।
ଆବିର୍ଭୁତ ତୁମେ ସ୍ୱସ୍ତି ର ବିଦ୍ୱେଷ ରେ
କେବେ ପ୍ରଳୟ ର ଭୟାନକତା ରେ
କେବେ ଆଶୀଷ ର ଅମୀୟ ସ୍ରୋତରେ
କେବେ ପୁଣି ଆଶା ଆଶ୍ୱାସନା ହୋଇ
ବଞ୍ଚିବା ବଢିବା ର ମହାମନ୍ତ୍ର ଧରି
କେବେ ସକଳ ଐଶ୍ୱର୍ଯ୍ୟ ର ପ୍ରତିଭୂ
କେବେ ପୁଣି ସକଳ ଆସକ୍ତି ର ଉର୍ଦ୍ଧ୍ବରେ
କେବେ ପୁଣି ବିଶ୍ୱାସ ର ଗାଢତ୍ୱ ରେ ।
ସବୁର ନିର୍ଯ୍ୟାସ ଭିତରେ
ତୁମେ ହିଁ କେବଳ ମଙ୍ଗଳ ର ଆବାହନୀ
ଶ୍ରେଷ୍ଠତ୍ୱ ର ଚରମ ନିଦର୍ଶନ
ଭରଷା ର କେନ୍ଦ୍ର ବିନ୍ଦୁ
ଭଜନ ଦୀପ୍ତ ମନ ର ଶେଷ ଆଶା
ମହିମା ମଣ୍ଡିତ ଜଗତର ପ୍ରାଣ ସ୍ପନ୍ଦନ
ସତ୍ୟ ଶିବ ସୁନ୍ଦର ର ନିଚ୍ଛକ ପ୍ରତିଛବି
ଜୀବନ ର ଅପ୍ରତିହତ ସମ୍ଭାବନା
ସେଥିପାଇଁ ତ ତୁମେ ଈଶ୍ବର ।
