STORYMIRROR

Pranati Mahapatra

Inspirational Others

3  

Pranati Mahapatra

Inspirational Others

ଈଶ୍ୱର ଯେ ଏକ

ଈଶ୍ୱର ଯେ ଏକ

1 min
376

ଧରମ ଅନେକ ଏଠି ଜାତି ବି ଅନେକ,

ମଣିଷ ବୁଝେନି ଏଠି ଈଶ୍ୱର ଯେ ଏକ।


ସୃଷ୍ଟି କର୍ତ୍ତା ଜଣେ ଭାଇ ପାଳଇ ବି ଜଣେ,

ବିଭେଦ ପାଚେରୀ ତୋଳି ନିଜକୁ ହୀନ ମଣେ।


ଯିଏ ଆଲ୍ଲା ସିଏ ଯୀଶୁ ସିଏ ତ ଶ୍ରୀରାମ,

ମନ ବୁଝିବାକୁ ଭିନ୍ନେ ପୂଜୁ ଭିନ୍ନ ଧାମ।


ମୁଖିଆ ର ନିର୍ଦ୍ଦେଶରେ ଚାଲେ ଏ ଜଗତ,

ଜାତି ଧର୍ମ ଭିନ୍ନ ହେଲେ ଏକ ଯେ ରକତ।


ଧରମ ଅନେକ...

ଅଢେ଼ଇ ଦିନର ବନ୍ଧୁ ଆମେ ଏ ଜଗତେ,

କାମ କରି ଯିବା ହାତ ମିଳାଇ ଯେ ହାତେ।


ଆସିଛୁ ଶୂନ୍ୟ ହସ୍ତରେ ଯିବୁ ଶୂନ୍ୟ ହୋଇ,

ଧନ ଗର୍ବ ଅହଂ କେହି ଯିବେନି ଗୋଡାଇ।


ବିଭୁନାମ ସୁମରିଣ କରିଲେ କରମ,

କାଳକାଳ ଯଶ ରଖି ଯିବୁ ମୋକ୍ଷ ଧାମ।


ଧରମ ଅନେକ...

ସତ୍ୟର ଚାବିକୁ ଧରି ଅହିଂସା ପଥରେ,

ସେନେହ ଆଦର କଲେ ଆପଣା ହେବୁରେ।


ନିତି ଚାଲେ ଧର୍ମ ଦାଣ୍ଡେ ଧରମକୁ ଟଣା,

ବୁଝି ପାରେନା ମଣିଷ ହୁଏ ବାଟ ବଣା ।


ରୂପ ତ ଅନେକ ଏଠି ରୂଚି ବି ଅନେକ,

ମଣିଷ ବୁଝେନି ଏଠି ପୃଥିବୀ ଯେ ଏକ।


ପବିତ୍ର ସଂସାରେ ଭାଇ ମୃତ୍ୟୁ ଧୃବ ସତ୍ୟ,

ମଣିଷ ବୁଝେନି ଏଠି ଧର୍ମ ଏକା ସତ୍ୟ।


ମିଛମାୟା ସଂସାରରେ ସବୁ ତ ନିଜର,

ପିଣ୍ଡୁ ପ୍ରାଣ ଛାଡିଗଲେ ସର୍ବେ ହ୍ୟୁନ୍ତି ପର।


ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in

Similar oriya poem from Inspirational