STORYMIRROR

Jagannath Barik

Classics

3  

Jagannath Barik

Classics

ଈଶ୍ୱର ଈଶାନ

ଈଶ୍ୱର ଈଶାନ

1 min
324

ବନ୍ଦେ ରୁଦ୍ର ରୁଦ୍ରାଣୀଶ ସଦାଶିବ

ଶିବ ଭଵ ଦେବ ଦେବ ମହାଦେବ |

ଦେବ ଈଶ୍ୱର ଈଶାନ ବ୍ୟୋମକେଶ

କେଶ ବାସବ ବନ୍ଦିତ ଦିଗବାସ |

ବାସ ହରା ଶମଶାନ ବାସକାରୀ

କାଳୀ କରାଳି ନୃମୁଣ୍ଡମାଳି ଧରି |

ଧରି ତ୍ରିଶୁଳ ପିନାକ ନାଗବଳ

ବଳ ଅତୁଳିତ କାଳ ମହାକାଳ |

କାଳେ ସକଳ ବିଭବ ଦାନକରି

କରି ଯୋଗାସନ ସବୁ ଦେଲ ସାରି |

ସାରି ସଂସାର ପ୍ରଳୟ ସୃଷ୍ଟିକର

କର ତାଣ୍ଡବେ ମେଦିନୀ ଥରଥର |

ଥରଥର ପ୍ରତାପେ ଯା ସୁରାସୁର

ସୁରନଦୀ ଶୋଭାପାଏ ମସ୍ତକର |

କର କରଜଅଞ୍ଜଳି ପୁଟେ ହସି

ହସି ମନ୍ଥନ ବିଷକୁ ଦେଲ ଶୋଷି |

ଶୋଷିବାରୁ ବିଷ ହେଲ ବିଷକଣ୍ଠ

କଣ୍ଠ ନୀଳ ହୋଇବାରୁ ନୀଳକଣ୍ଠ |

କଣ୍ଠେ ଧାରଣ କରିଲ ବିଷଧର

ଧର ଖଣ୍ଡ ସୁଧାକର ମସ୍ତକର |

କର ତ୍ରିତାପ ହରଣ ବୃଷାସନ

ସନକ ଜନକ ସେବ୍ୟ ଚିଦାତ୍ମନ |

ଚିଦାନନ୍ଦ ସଦାନନ୍ଦ ସଦା ବନ୍ଦ୍ୟ

ବନ୍ଦେ ତ୍ରିପୁରାରି |ପଦ ଅରବିନ୍ଦ |



Rate this content
Log in

Similar oriya poem from Classics