STORYMIRROR

PRABHAS KUMAR MOHAPATRA

Abstract

3  

PRABHAS KUMAR MOHAPATRA

Abstract

ଈର୍ଷା ଲାଗେ ପ୍ରଭୁ

ଈର୍ଷା ଲାଗେ ପ୍ରଭୁ

1 min
195

ଈର୍ଷା ଲାଗେ ପ୍ରଭୁ ଦେଖିଲେ ତୁମକୁ

ମନେ ମୋର ଭରେ କୋହ ।

ଏତେ ସୁନ୍ଦର ଯେ ହୋଇଛ ପ୍ରଭୁ ଯେ

ଚାହିଁଛି ଜଗତ ମୁହଁ ।।୧


ନିତି ମୁହିଁ ସତେ ପାଉଡର ଯେତେ

ମାରୁଛି କ୍ରିମ ମୁହଁରେ ।

ଚାହୁଛନ୍ତି ପ୍ରଭୁ ଆପଣ ଙ୍କୁ ସବୁ

ନ ଚାହାନ୍ତି ମୋ ମୁହଁରେ ।।୨


କରେ ହିଂସା ପ୍ରଭୁ ରଖିଛ ସଭିଙ୍କୁ

ଜନ ସମୁଦ୍ର ପାଖରେ ।

ଡ଼ାକିଲେବି ଯେତେ ବାଣ୍ଟିଲେ ଟଙ୍କା ଯେ

ରୁହନ୍ତି ନି କେହି ପାଖରେ ।।୩


ଧର୍ମ ନାମେ ଭିନ୍ନ କଲି ଯେ ସଭିଙ୍କୁ

ତଥାପି ଆସ ଆହ୍ଳାଇ ।

ବଡ଼ଦାଣ୍ଡେ ପ୍ରଭୁ ଦେଖି ଆପଣଙ୍କୁ

ଗଲେ ଯେ ସବୁ ପଳାଇ ।।୪


ଦେଲେ ବି ମୁଁ ଯେତେ ଚିକେନେ ଆମ୍ଳେଟେ

ତଥାପି ଯାନ୍ତି ପଳାଇ ।

ଆନନ୍ଦ ବଜାରେ ପଶିଲେ ଯେ ଥରେ

ଚାହେଁନା ମୁହଁ ଫେରାଇ ।।୫


କି କଳା ଅଛି ଯେ ଆପଣଙ୍କ ପାଖେ

ପ୍ରେମରେ ପଡ଼ିଛି ସଂସାର ।

ଦିଅ ଟିକେ ପ୍ରଭୁ କଳା ରୁ ଆମକୁ

ବିଶ୍ଵ ହୋଇବ ସୁନ୍ଦର ।।୬



Rate this content
Log in

Similar oriya poem from Abstract