STORYMIRROR

Secret Superstar

Inspirational

4  

Secret Superstar

Inspirational

ଈଏ ଅତୁଟ ବିଶ୍ବାସ ତୁମ ପ୍ରତି ମୋର

ଈଏ ଅତୁଟ ବିଶ୍ବାସ ତୁମ ପ୍ରତି ମୋର

1 min
302

ଭୁଲିବି କେମିତି ସେ ସପନକୁ 

        ଯେ ଛଡାଇନେଇଛି ନିଦ ମୋ ଆଖିରୁ 

   କେମିତି ଭୁଲିବି ଜୀବନର ସେ ଲକ୍ଷ୍ଯ 

    ମନର ଭୟ ଯେ ହୃଦୟ ପ୍ରିୟ 

ବାଛିଥିଲି ଯେଉଁ ପଥ 

       ନେଇ ବିଭୁ ତୁମ ଆଶୀର୍ବାଦ

  ଚେତନା ବଚପନ ଦୋସ୍ତ କି ପ୍ରେରଣା 

   ହଁ ହଁ ଏହା ପୂରା ସତ 

         ନାହିଁ ଆଉ ମୋର ଆତ୍ମବିଶ୍ୱାସ 

   ଯେବେ ମୁ କହେ

 ହଁ ହଁ ମୁ ପାରିବି ହଁ ହଁ ମୁ ଜିତିବି

    ହେ ପରମାର୍ଥ 

  ନୁହେଁ ଇଏ ମୋ ଆତ୍ମବିଶ୍ୱାସ 

       ଇଏ ଅତୁଟ ବିଶ୍ବାସ 

       ତୁମ ପ୍ରତି ମୋର ।


ପାଶେ ଥାଇ ବି ପୂର୍ଣ୍ଣ ପ୍ରସ୍ତୁତି ସଫଳତାର 

         ବିଫଳତା ଚୁମି ଦେଇ ଯାଏ ବାର ବାର 

    ଏସବୁ ଦେଖି

  ମନ ଚାହେଁ ନିରେଖି 

ମନମାରି କହେ ଏ ସଫଳତା ତୋ ପାଇଁ ନୁହେଁ 

   ମସ୍ତିଖୋର ମନମୋର 

   ହେବା ପରେ ବିଫଳ 

 ଭୁଲି ଯାଇ ନିଜ ଭୁଲ୍ ବିଲ୍ କୁଲ୍ 

   କର୍ମ ବିମୁଖତା ହୋଇ 

   ମିଛ ପ୍ରତିଶୃତି ଦିଅଇ

   ଭାଙ୍ଗିଦେଇ ଆତ୍ମବିଶ୍ୱାସ

କହେ ସଫଳତା ପାଇଁ ଅଛି ବହୁ ପଥ ।


 ହଁ ହଁ ଏହା ପୂରା ସତ 

         ନାହିଁ ଆଉ ମୋର ଆତ୍ମବିଶ୍ୱାସ 

   ଯେବେ ମୁ କହେ

 ହଁ ହଁ ମୁ ପାରିବି ହଁ ହଁ ମୁ ଜିତିବି

    ହେ ପରମାର୍ଥ 

  ନୁହେଁ ଇଏ ମୋ ଆତ୍ମବିଶ୍ୱାସ 

       ଇଏ ଅତୁଟ ବିଶ୍ବାସ 

       ତୁମ ପ୍ରତି ମୋର ।


     ମନକୁ ବାନ୍ଧି ତୁମ ପ୍ରେମେ

  ମାନିବି ତୁମ କଥା ସବୁ ମୁଁ ନୀରବେ

  ନିଜର ଛୋଟ ଛୋଟ ଦୁର୍ବଳତା ପାଇଁ 

       କ୍ଷମା ନୁହେଁ 

    ଦଣ୍ଡ ଦେବାକୁ ଭୁଲିବି ନାହିଁ ।


          ହଁ ହଁ ଧର୍ଯ୍ୟ 

    ତୁମ ବିଶ୍ବାସେ ଭରା ମୋ ହୃଦୟ 

     ତୁମରି ପ୍ରତିଷ୍ଠା ର ନିଶା

    ଶିଖାଇଛି ମୋତେ ନିଷ୍ଠା

      ଲାଗିରହିବାର ନିଶା

    ଦୁନିଆ ପାଇଁ ସିନା ମୁ ହସୁଥାଏ

        ମୋ ଅନ୍ତରର ଦୁଃଖ 

        ପାଇବାକୁ ତୁମ ଆଶୀର୍ବାଦ

         ତୁମ ଅପେକ୍ଷାରେ ଥାଏ 


 ହଁ ହଁ ଏହା ପୂରା ସତ 

         ନାହିଁ ଆଉ ମୋର ଆତ୍ମବିଶ୍ୱାସ 

   ଯେବେ ମୁ କହେ

 ହଁ ହଁ ମୁ ପାରିବି ହଁ ହଁ ମୁ ଜିତିବି

    ହେ ପରମାର୍ଥ 

  ନୁହେଁ ଇଏ ମୋ ଆତ୍ମବିଶ୍ୱାସ 

       ଇଏ ଅତୁଟ ବିଶ୍ବାସ 

       ତୁମ ପ୍ରତି ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational