ଇଏ କି ପ୍ରେମ?
ଇଏ କି ପ୍ରେମ?
ପ୍ରେମ କରିବାକୁ ଦିନ ଖୋଜା ପଡେ
ଇଏ କି ଅଜବ କଥା
ପ୍ରକୃତ ପ୍ରେମ ଟି ବିଲୁପ୍ତ ହୋଇଛି
ଦେଖି ଘୁରି ଯାଏ ମଥା
ପ୍ରେମର ନିଦାଘ ସିନ୍ଧୁ ବହୁ ନାହିଁ
ତତଲା ଗ୍ରୀଷ୍ମର କାଳେ
ପ୍ରେମ ବରଷାରେ ମନ ଭିଜୁ ନାହିଁ
ଧାରା ଶ୍ରାବଣୀର ଜଳେ
ପ୍ରେମର ମଳୟ ଦେହେ ବାଜୁ ନାହିଁ
ବସନ୍ତର ପରଶରେ
ପ୍ରଣୟ ସଙ୍ଗୀତ ଶୁଭୁ ନାହିଁ ଆଉ
ନବ ଚାନ୍ଦ ଉଦୟରେ
ଗୋଟେ ସପ୍ତାହକୁ ପ୍ରେମ ନାମ ଦେଇ
ବୋଲାନ୍ତି ଶାଶ୍ଵତ ପ୍ରେମ
ପ୍ରେମର ଅସଲି ଅରଥ ନ' ବୁଝି
ହେଉଥାନ୍ତି ଖାଲି ଭ୍ରମ

