STORYMIRROR

Tapaswini DashSarangi

Romance

2  

Tapaswini DashSarangi

Romance

ଇଏ କି ପ୍ରେମ?

ଇଏ କି ପ୍ରେମ?

1 min
168

 ପ୍ରେମ କରିବାକୁ ଦିନ ଖୋଜା ପଡେ

              ଇଏ କି ଅଜବ କଥା

ପ୍ରକୃତ ପ୍ରେମ ଟି ବିଲୁପ୍ତ ହୋଇଛି

              ଦେଖି ଘୁରି ଯାଏ ମଥା

ପ୍ରେମର ନିଦାଘ ସିନ୍ଧୁ ବହୁ ନାହିଁ

            ତତଲା ଗ୍ରୀଷ୍ମର କାଳେ

ପ୍ରେମ ବରଷାରେ ମନ ଭିଜୁ ନାହିଁ

           ଧାରା ଶ୍ରାବଣୀର ଜଳେ

ପ୍ରେମର ମଳୟ ଦେହେ ବାଜୁ ନାହିଁ

              ବସନ୍ତର ପରଶରେ

ପ୍ରଣୟ ସଙ୍ଗୀତ ଶୁଭୁ ନାହିଁ ଆଉ

            ନବ ଚାନ୍ଦ ଉଦୟରେ

ଗୋଟେ ସପ୍ତାହକୁ ପ୍ରେମ ନାମ ଦେଇ

          ବୋଲାନ୍ତି ଶାଶ୍ଵତ ପ୍ରେମ

ପ୍ରେମର ଅସଲି ଅରଥ ନ' ବୁଝି

           ହେଉଥାନ୍ତି ଖାଲି ଭ୍ରମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance