ଇଏ କେମିତିକା ସମୟ
ଇଏ କେମିତିକା ସମୟ
ଯେତେବେଳେ ଜୀବନଟା ଭାରୀ ଲାଗେ,
ସବୁ କିଛି ତୁଚ୍ଛ ମନେହୁଏ
ବଞ୍ଚିବା ଶୈଳୀ,ବନ୍ଧୁ ଆତ୍ମୀୟ ବାସସ୍ଥାନ ଏମିତିକି,
ଆଇନା ସାମ୍ନାରେ ନିଜ ଚେହେରାଟା ବି ବିରକ୍ତି ଲାଗେ।
ଏଇଟା କଣ ଜୀବନ,
ୟା'କୁ କଣ ଜୀଇଁବା କୁହାଯାଏ ?
କାର୍ଯ୍ୟ ତାଲିକା ବଦଳରେ
ଖାଇବା ତାଲିକାରେ ଦିନର
ଆରମ୍ଭ ଆଉ ଶେଷ ହୁଏ ।
ପ୍ରତ୍ୟେକ ମଣିଷ ଆଜି ଭୀତତ୍ରସ୍ତ
ସବୁଠି ଖାଁ ଖାଁ
ନିରବତାର ପ୍ରତିଧ୍ୱନୀ
ଏଠି ଆଉ ସ୍ନେହ ଶ୍ରଦ୍ଧାର ବନ୍ଧନ ନାହିଁ
ପଡିଛି ଦୂରତ୍ୱର ଲକ୍ଷ୍ମଣ ରେଖା
ଭୟ ଲାଗେ ଦୂରେଇ ଗଲେ
ସମୟ କ୍ରମେ ଆପଣାର ଲୋକ
ପାଶୋରି ହେଇଯିବେନି ତ ?
