STORYMIRROR

ଫାଲଗୁନି ରଣା

Inspirational Others

2  

ଫାଲଗୁନି ରଣା

Inspirational Others

ଵିଦ୍ୟାର୍ଥୀ

ଵିଦ୍ୟାର୍ଥୀ

1 min
89

ବିଦ୍ୟାବନ୍ତ ଜନ     କରଇ ଅର୍ଜନ

     ସୁଯଶ ଖ୍ୟାତି ଅତୀଵ

ଏଣୁ ଅବିିିିରତ      ଅଧ୍ୟୟନେ ରତ

     ମନ ଯା' ବଳାଉ ଥିଵ । ୧

ନିଶ୍ଚେ ସେହି ପୁଣ   ପାଣ୍ଡିତ୍ୟେ ନିପୁଣ

     ହୋଇବଟି ରବିତଳେ

ତାହାଙ୍କ ପୂଜନ     କରି ଵୁୁଧଜନ

     ତରି ଯାନ୍ତି ଅଖଣ୍ଡଳେ । ୨

ବିଦ୍ୟାନିିଧି ଵିନା     କରି ପାରିିବି ନା

     ଉପଯୁକ୍ତ କାର୍ଯ୍ୟ ଏକ

ହୋଇ ନିରକ୍ଷର     ମୂର୍ଖର ପକ୍ଷର

     ବୋଲାଇଵି ଅବିଵେକ । ୩

ଏଣୁ ବିଦ୍ୟାଧନ      ପ୍ରକୃତ ସାଧନ

     କର୍ତ୍ତବ୍ୟ ଟି ମାନବର

ତାକୁ ଲାଭକଲେ     କୋଟିରତ୍ନ ମିଳେ

     ହୁଅନ୍ତି ଵିଜ୍ଞ ପ୍ରଵର । ୪



Rate this content
Log in

Similar oriya poem from Inspirational