Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଫାଲଗୁନି ରଣା

Others

4.8  

ଫାଲଗୁନି ରଣା

Others

ନାରୀ ଉକ୍ତି

ନାରୀ ଉକ୍ତି

1 min
377


ନୁହେଁ ମୁଁ ଅହଲ୍ୟା      ଯା'କୁ ଛଳେବଳେ

     ଲମ୍ପଟେ କରିବ ପାଷାଣ ତନୁ । 

ନୁହେଁ ମୁଁ ଦ୍ରୌପଦୀ     କୁରୁ ସଭାତଳେ

     ବିବସ୍ତ୍ର କରିବ ମୋ ଅପଘନୁ । ।

ନୁହେଁ ମୁଁ ସୀତୟା      ଯାରେ ନିିରିିଦୟା

    ହୋଇ ମୋତେ ଦେବ ବହ୍ନିମୁୁଖରେ

ଅନନ୍ତା ଭୈରଵୀ       କାଳ ଶକ୍ତି ଆଜି

    ବିଦ୍ୟମାନ ସଦା ତୋ ସମ୍ମୁଖରେ । । 

ରଣମତ୍ତ ହୋଇ        ଆସିିଛି ଗୋଡ଼ାଇ

    ନେବାକୁ ଦୁର୍ଜନ ଖଳ ଜୀଵନ ।

ଜିହ୍ୱା ଲହଲହ         ହସ ଟହଟହ

    ଧ୍ବଂସପଥୀ ଆରେ ନାହିଁ ତୋ ତ୍ରାଣ । । 

ଅଵଳା ଦୁୁର୍ବଳା         ନୁହେଁ ରେ ପାପିଷ୍ଠ

    ନାରୀ ଆଦିରୂପା ଶକ୍ତି ସମ୍ଭୂତା । 

ତାର ଶକତିର         କଳନା ନ ଯାଇ

    ନ ଦେଖାଅ ତୋ କୃତ୍ରିମ ପ୍ରଭୁତା । । 

ବାର ବିଳାସିନୀ         ନୁହେଁ ଆଜି ମୁହିଁ

    ସ୍ବତନ୍ତ୍ର ହୋଇଣ ଯାଉଛି ପଥେ ।

ନ ସାଜିଵି ଆଉ         କା'ର ଦାସୀ ବେଶ

    ଆରୂଢା ହୋଇଛି ଆହବ ରଥେ । । 

ପାଦର ପାଣ୍ଡୋଇ        ବିଚାରି ମନରେ

    ଦଳନ କଲ ଯା ଦୁର୍ବୁଦ୍ଧି ବଶେ । 

ସେହି ନାରୀ ଆଜି       ସଂଗ୍ରାମେ ତତ୍ପର

    ହୋଇଅଛି ଯେ ଅଦମ୍ୟ ସାହସେ । । 

ମଦ୍ୟପାନ କରି         ଯେଉଁ ନାରୀ ପ୍ରତି

    କରୁଥିଲ ସଦା ହିଂସାଚରଣ । 

ପରାଣ ଵିିକଳେ         ଆଜି କେଉଁ ପରି

     ଧରୁଛୁ ସେହି ନାରୀର ଚରଣ । । 

ଅସମ୍ମାନ କେଵେ        ନ କର ଵିମୂଢ 

     ନାରୀ ଅଟୈ ଆମ ଜନନୀ ସରି ।

କଲେ ଅବହେଳା        ବୁଡିବ ତୋ ଭେଳା

     ନାରୀପଦ ବନ୍ଦ ଉଲ୍ଲାସ ଭରି । । 


Rate this content
Log in