STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ନାଗରିକ

ନାଗରିକ

1 min
273

ଗଣତନ୍ତ୍ର ରାଷ୍ଟ୍ର ଆମ ଭାରତ ବରଷ

ସ୍ୱାୟତ୍ତ ଶାସନ ଲଭି ଜନତା ହରଷ ଯେ । ୧

ଜନତା ହସ୍ତରେ ଅଛି ପୂର୍ଣ୍ଣାଙ୍ଗ କ୍ଷମତା 

ଧନ୍ୟ ମୋ ଭାରତବାସୀ ତାଙ୍କ ବୁଦ୍ଧିମତ୍ତା ଯେ । ୨

ବିଶ୍ବରେ ସର୍ବଶ୍ରେଷ୍ଠ ଭାରତ ସମ୍ବିଧାନ

ବିରଚିତ ହୋଇଅଛି ନିୟମ ବିିଧାନ ଯେ । ୩

ସେହି ନିୟମେ ଚଳିତ ମୋ ଭାରତ ଦେଶ

ଉଲ୍ଲଙ୍ଘି ଯେ ନ ପାରନ୍ତି ଲିଖିତ ନିିିିର୍ଦ୍ଦେଶ ଯେ। ୪

ଯେଉଁ ଜନ ଅବିଧି କି ନିତ୍ୟ କରେ ଗତି

କାରାଦଣ୍ଡ ଭୋଗ କରେ ସେହୁ ମନ୍ଦମତି ଯେ। ୫

ପ୍ରଧାନ ସଚିବ ହସ୍ତେ ନ୍ୟସ୍ତ ରାଜ୍ୟଭାର 

ଆଉ କେତେ ଜନତାଙ୍କ ଲଘୁ ଅଧିକାର ଯେ। ୬

ଉତ୍ତମ ପଥେ ଯଦ୍ୟପି ଥାପିବା ପୟର

ଉତ୍ତମ ନାଗରିକ ହେବା ନିଃସଂଶୟର ଯେ । ୭

ଯେହୁ ଉଚ୍ଚ ଆଦର୍ଶର କରେ ବିସର୍ଜନ

ନାଗରିକତାରେ ଗଣ୍ୟ ନୁହେଁ ସେହୁ ଜନ ଯେ। ୮

ସ୍ବଦେଶ କର୍ତ୍ତବ୍ୟ ପ୍ରତି ଯାର ନିଷ୍ଠା ନାହିଁ

ନାଗରିକ ବୋଲି ତାକୁ କଳନା କିମ୍ପାଇଁ ଯେ ? ୯ 

ସମୂଚିତ କର୍ତ୍ତବ୍ୟ ରେ ହେଲେ ଆଗୁସାର

ଦେଶସେବୀ ଜନ ସିନା ସଂସାରରେ ସାର ଯେ। ୧୦

ହିଂସାପରାୟଣ ହୋଇ କଲେ ଦେଶଦ୍ରୋହ

ନାଗରିକେ ଗଣ୍ୟ ନୁହେଁ ଅପ୍ରମାଣ ନୁହ ଯେ। ୧୧

ଧନଲୋଭେ ଲିପ୍ତ ହୋଇ ଯେହୁ ପ୍ରତିକ୍ଷଣ

ଦେଶସୁଦ୍ଧା ବିିିିକିଵାର ଦେଖାଏ ଲକ୍ଷଣ ଯେ। ୧୨

ମଦ୍ୟପାନେ ମତ୍ତ ହୋଇ ବାଟେ ଘାଟେ ଶୁୁୁୁଏ

ସୁନାଗରିକ ଲକ୍ଷଣ କଦାପି ୟେ ନୁହେଁ ଯେ। ୧୩



Rate this content
Log in