STORYMIRROR

ଫାଲଗୁନି ରଣା

Others

4  

ଫାଲଗୁନି ରଣା

Others

ବିଜନତା

ବିଜନତା

1 min
179

ଯାହାଙ୍କ ଲଲାଟେ ଯାହା ଲେଖିଅଛି ବିହି

ଆନ କରିବା ଲୋକ ସଂସାରେ ଜନ୍ମି ନାହିଁ।

କାହା ଭାଗ୍ୟେ ସୁଖ ପୁଣି କାହା ଭାଗ୍ୟେ ଦୁଃଖ

ତାକୁ ସହନ୍ତି ବିବୁଧେ ହୋଇ ଅବିମୁଖ । 

ଜଞ୍ଜାଳ ଜଳଧିଜଳେ ମାନବଟି ମୀନ

ତହିଁରୁ ତ୍ରାହି ଉପାୟ ସର୍ଜନେ ପ୍ରବୀଣ । 

ବିଜ୍ଞଜନେ ବୁଦ୍ଧି ବଳେ ହୁଅନ୍ତି ନିସ୍ତାର

ନିର୍ବୁୁଦ୍ଧି ଜନେ ତହିଁରେ ହ୍ଵନ୍ତି ହାହାକାର । 

ବିଜନ ଵେଳାରେ ପଡି ଅତିଶୟ ଦୁଃଖେ

ନିନ୍ଦାକରେ ଇଶ୍ଵରଙ୍କୁ ନର ନିଜ ମୁଖେ । 

କିନ୍ତୁ ନ ଵୁୁଝେ ନର ଇଶ୍ଵର ଲୀଳାମାନ

ଯାର କେହି ନାହିି‌ିି‌ଁ ତାର ଆଶ୍ରା ଭଗଵାନ । 

ଏହେତୁ ବିଜନ କାଳେ ଚିନ୍ତ ତୁ ଇଶ୍ଵର 

ତାଙ୍କେ ଥାଉ କାହାକୁ ଯେ ଭୟ ନାହିଁ ତୋର। । 


Rate this content
Log in