ଶିଶୁ
ଶିଶୁ
ଅତି ସୁକୁମାର ଯେ ରାଜକୁମାର
ଜନମ ହୋଇଲେ ଘରେ ।
ଅଭିନବ ବେଶ କୃଷ୍ଣଙ୍କ ପ୍ରବେଶ
ପ୍ରାୟ ମନ ଵୋଧ କରେ । ।
ସତେ କି କେଶବ ଅଥବା ବାସଵ
ମର୍ତ୍ତ୍ୟେ ହେଲେ ଅବତାର !
ଅଧର୍ମ ନାଶନ ସୁଷମ ଆସନ
ପଥେ ହେଲେ ଆଗୁସାର । ।
ଅଶିକ୍ଷା ପଥରୁ କଳୁଷ ରଥରୁ
ନିବର୍ତ୍ତାଇଵାକୁ ମନ ।
ନିଶିଥ ରୋକିବା ପାଇଁ ଚନ୍ଦ୍ର କିବା
କରିଛନ୍ତି ଆଗମନ ?
ଜନନୀର କୋଳେ ବାତ୍ସଲ୍ୟ ମଞ୍ଜୁଳେ
ଖେଳନ୍ତି ନୟନମଣି ।
ମେଘକୋଳେ କିବା କ୍ରୀଡା କରୁଛନ୍ତି
ଦିବାଶଂସୀ ଦିନମଣି ?
ଶିିଶୁ ନବଜାତ କି ସୁନ୍ଦର ତନୁ
ଆକର୍ଷେ ପ୍ରତ୍ୟେକ ମନ।
ପ୍ରଫୁଲ୍ଲ ଅନ୍ତରେ ନିିରେଖି ଚାହିଁଛି
ତା'ର ହୃଷିତ ଲପନ । ।
ନିିଃସନ୍ତାନ କୁଳ ହେଲା ସମୁଜ୍ଜ୍ଵଳ
ବାଳ ଭାନୁ ଉପଗତେ।
ବନ୍ଧ୍ୟାବ୍ୟାଧି କଳା ତୂର୍ଣ୍ଣେ ନାଶଗଲା
ପୁତ୍ର ଔଷଧ ପ୍ରାପତେ । ।
