ତୁମେ
ତୁମେ
ତୁମେ ମୋର ପ୍ରିୟତମା ପ୍ରେମ ସନ୍ନ୍ୟାସିନୀ
ଅଗାଧ ପ୍ରୀତି ସିନ୍ଧୁରେ ଅମୀୟ ଉଦକ।
ରସବତୀ ଲଳନା ଲୋ ଅପୂର୍ବ କାମିନୀ
ନିଵାର ମଦନଜ୍ଵାଳା ରମଣ ମାଦକ । ।
ତୁମେ ମୋର ଅଙ୍କଲକ୍ଷ୍ମୀ ନଵୀନା ତରୁୁଣୀ
ପ୍ରେମଭିକ୍ଷା କରୁଅଛି ହୃଦୟେ ଯାଚନା
ତୁମ ଅଗ୍ରତରେ ମୁହିଁ ଆଜୀବନ ଋଣୀ
କରୁୁଛି ପ୍ରଣୟ ଦେବ ଦିିିିବ୍ୟ ଅରଚନା । ।
ପ୍ରେମ ପଥେ ପଥିକ ମୁଁ ରସିକ ନାଗର
ତୁମେ ମୋ ଚହଟଚମ୍ପା ଆଗୋ ଘନକେଶୀ
ମଞ୍ଜୁମୟ ସମ୍ଭାଷଣେ ମନ ତୃପ୍ତ କର
ଥୟ ଧରି ନ ପାରିବି ଆଉ ମୁହିଁ ବେଶି । ।
ଆନ୍ଦୋଳିତ ହେଉଅଛି ତୋର ବିରହୀତେ
ଏ ମୋର ବ୍ୟାହତ ମନ ହୁଏ ନିରୁତ୍ତର
ନିଃଶ୍ଵାସ ପ୍ରଶ୍ୱାସ ହୃଦ ସ୍ପନ୍ଦନ ସହିିତେ
ଅବରୁଦ୍ଧ ହୋଇଗଲା ଚିନ୍ତନେ ତୋହର । ।
ତୁହି କିବା ଜାଣୁ ସଖୀ ଅନ୍ତର ଯାତନା ?
କ୍ଷତ ଵିକ୍ଷତ କରୁଛି ଆତ୍ମା ଅନୁକ୍ଷଣେ
ବିଦୀର୍ଣ୍ଣ କରୁଛି ମନ ହୁଏ ଆନମନା
ଏ ହୃଦୟ ଫାଟି ଯାଏ ତୋର ଵିସ୍ମରଣେ ।।
