STORYMIRROR

ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ଉଠରେ ତରୁଣ

ଉଠରେ ତରୁଣ

1 min
195

ଉଠ ରେ ତରୁଣ କବି ରତନ

ଦେଖା ଲେଖନୀର ମହତ୍ତ୍ୱ କ'ଣ

ଶିକ୍ଷିତ ସମାଜେ ତୋର ଆଦର

ହେତୁ ଦୁର୍ଜନଙ୍କ ପରମାଦର ହେ,

ଶଙ୍କା ତେଜ ହୃଦୟରୁ ଯେ

ସଂଚିତ ଚିିତ୍ତର ସକଳ ଵିିକାର

ଧ୍ୱସ୍ତ କର ଵିନୟରୁ ଯେ । । ୧


ତୋହରି ଅଗ୍ରତେ ଖଳ ବିଦୂୂଷ

ସଦା ଭୀତ ଥାନ୍ତି ପାପୀ ମନୁଷ୍ୟ

କଲମ ତୀରରେ ଜିଣିଛୁ ରଣ

ଶିଖାଇ ଜନଙ୍କୁ ସଦାଚରଣ ସେ,

ଜ୍ଞାନର ମାର୍ଗ ଦେଖାଇ ହେ

ଧର୍ମଭୀରୁ ଜନେ ଅତି ବିଚକ୍ଷଣେ

ନ୍ୟାୟ ବଚନ ଶିଖାଇ ହେ । । ୨


ପତିବ୍ରତା ହେଲେ ସଧଵା ନାରୀ

ଗୁରୁ ଶିଷ୍ୟ ଦୃୃ଼ଢ ଭାଵ ବିସ୍ତାରି

ନ୍ୟାୟବନ୍ତ ହେଲେ ପଞ୍ଚ ମଣ୍ଡଳୀ

ତେବେ ସିନା ମଞ୍ଚ ପାରିବ ଚଳି ସେ,

ଏ କଥା ମନକୁ ଘେନ ହେ 

ଲେଖନୀ ଚଳାଇ ପୋଥି ଲେଉଟାଇ

ଭାବ କର ଲେଣଦେଣ ହେ । । ୩


ତୋ ରଚିତ ଜ୍ଞାନ ହେଲେ ପ୍ରସାର

ଖଳ ଖଣ୍ଟ ହେବ ଭବେ ଅସାର

ହିଂସାଳୁ ଜନଙ୍କ ପରଶଂସାର

ଗନ୍ତାଘର ହୋଇବ ଛାରଖାର ସେ

ସୁଖେ ଚଳିିବ ସଂସାର ଯେ,

ଭଗ୍ନ କର ବାରେ ଲଗ୍ନ ଦ୍ୱେଷମତି

ହେଉ ସତ୍କର୍ମ ବିସ୍ତାର ଯେ । । ୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍