ଲେଖୁଛି ପତର
ଲେଖୁଛି ପତର
ଯେଉଁ ଦିନୁ ମୋ ଠାରୁ ହେ ହୋଇଲ ଅନ୍ତର
ଭୁୁଲିଗଲି ସୁୁଖଶାନ୍ତି ଶୟନ ଆହାର ।
ନୟନଯୁଗଳ ହେଲା ଅଶ୍ରୁ ପ୍ରସ୍ରଵଣ
କାରୁଣ୍ୟ ରୋଦନ ନାଥ ନ କଲ ଶ୍ରବଣ ।
ଫିିଟିଲା ଵଦ୍ଧ କବରିି ଲିଭିଲା କଜ୍ଜଳ
କ୍ଷୁବ୍ଧ ମନେ ନେତ୍ରଦ୍ଵୟ ଅଶ୍ରୁ ଛଳଛଳ ।
ଶୋକ ର ବାରିଦ ଜଳେ ମୋ ତନୁ ନବର
ଭାସିିଗଲା କେଶଵ ହେ ରସିକ ପ୍ରଵର ।
ଆଶାପୁଷ୍ପ ଚହଟାଇ ମାତ୍ର ଦୀନା ନାରୀ
ପଦ୍ମପାଦ ଲଭିିଵାକୁ କରୁଛି ଗୁହାରି ।
ତୁୁମ୍ଭ ଵିନୁ ଅଚ୍ୟୁତ ହେ କେଳି କୁୁଞ୍ଜଵନ
ନ କରଇ କୁସୁମକୁ ଭ୍ରମର ଚୁମ୍ବନ ।
ପ୍ରେୟସୀ ପୁୁଷ୍ପରେ ଆଜ ନ ବସଇ ଭୃଙ୍ଗ
ଭାଜିିଗଲା ଏ ମୋହରି ଅହମିକା ଶୃଙ୍ଗ ।
ଉଦ୍ଵିଗ୍ନ ଚିତ୍ତରେ ମାତ୍ର କରେ ବିିଳପନ
ଚାହିଁଵାକୁ ତୁମ୍ଭ ହର୍ଷ ପୂରିତ ଲପନ ।
ଏ ଦର୍ଶନ ତୃଷା ମୋର କର ହେ ଖଣ୍ଡନ
ନ ହେବି ପଛକେ ତୁମ୍ଭ କୋଳ ବିମଣ୍ଡନ।
ତୁୁମ୍ଭର ଦର୍ଶନ ମାତ୍ର ମୋ ସୁୁଖ ଶରଧା
ରାଧା ବିନା କୃଷ୍ଣ ଅଧା କୃଷ୍ଣ ବିନା ରାଧା ।
ଆପଣାର ବୋଲି ମୋତେ ନ ମଣିଵ ପର
ତୁୁମ୍ଭେ ମୋ ପ୍ରାଣ ସମ୍ପତି ହେ ଶ୍ୟାମ ସୁନ୍ଦର ।
ଲେଖୁୁଛି ପତର ନାଥ କ୍ଷମିବ ମୋ ଦୋଷ
ମୁୁହିଁ ତବ କିଣାଦାସୀ ନ ଵହିଵ ରୋଷ ।
