ଶିକ୍ଷକ
ଶିକ୍ଷକ
ଶିକ୍ଷାଗୁରୁ ବୋଲି ଯେହୁ ଜଗତେ ବିଦିତ
କରନ୍ତି ଅଜ୍ଞ ତିିମିିରେ ଜ୍ଞାନେନ୍ଦୁ ଉଦିତ ହେ । ୧
ମାଳିନ୍ୟ କଳ୍ମଷ ଘଟ ଦେବା ପାଇଁ ଧୋଇ
ସୁଧା ପୂୂର୍ଣ୍ଣ କୃପାଜଳ ଚିତ୍ତେ ଥାନ୍ତି ଥୋଇ ହେ। ୨
ଶୁଚିମନ୍ତ ହୋଇ ଯେହୁ ଗୁରୁ ସେବେ ନିିତି
ତାର ସୌଭାଗ୍ୟେ ଉଦୟ ନ ହୁଏ ଦୁୁୁର୍ନୀତି ହେ। ୩
ଶରଣଦାତା ସେ ତାଙ୍କ ମହିମା ଅପାର
ତାଙ୍କ ଦତ୍ତ ଜ୍ଞାନ-ନାବେ ଭବୁଁ ହେବୁ ପାର ହେ। ୪
ଉଦାରପଣେ ସେବିିଲେ ତାଙ୍କ ରମ୍ୟ ପଦ
ପାଇବୁ ଯୋଗ୍ୟ ଆସନ ଦୁଷ୍ପ୍ରାପ୍ୟ ସଂପଦ ହେ। ୫
ପାଇବୁ ଆବର ତୁ ଇପ୍ସିତ ଦିବ୍ୟ ଧନ
ଯା ପ୍ରଭାବେ କରି ପାରୁ ଅସାଧ୍ୟ ସାଧନ ହେ। ୬
ଗଣ୍ୟ ହେଵୁ ପଣ୍ଡିତରେ ପାଇବୁ ଆଦର
ଉଚ୍ଚସ୍ଥାନ ଲାଭେ ତାଙ୍କ ପଦାମ୍ଵୁଜ ଧର ହେ । ୭
ତାଙ୍କ ସମକକ୍ଷ ଆଉ ନାହିଁ କେହି ଭଵେ
ପ୍ରୟୋଜନ କର ସେହି ଅତୁୁଲ୍ୟ ବୈଭଵେ ହେ। ୮
ଶିକ୍ଷକ ବ୍ୟତୀତ ନାହିଁ ଭବେ ସୁଜ୍ଞଜନ
ଏଣୁ ତାଙ୍କୁ ସେବି କର ସୌଭାଗ୍ୟ ଅର୍ଜନ ହେ। ୯
ଶିକ୍ଷକଙ୍କ ପ୍ରତିତୁଲ୍ୟ ନାହିଁ ଏ ସଂସାରେ
ଶାନ୍ତଶୀଳ ଧୈର୍ଯ୍ୟଶୀଳ ସୁଶିକ୍ଷାା ପ୍ରସାରେ ହେ। ୧୦
ନିୟମିତ ଆସୁଥାନ୍ତି ସେ ଵିିଦ୍ୟା ସଦନେ
ଶିଷ୍ୟହସ୍ତେ ଦ୍ୟନ୍ତି ଜ୍ଞାନ ସାନନ୍ଦ ବଦନେ ହେ । ୧୧
