ମାନଵତା
ମାନଵତା
1 min
195
ଜନମରୁ ଛୋଟା ମୁହିଁ ଅତି ଅସହାୟ
ଧନ୍ୟରେ ଦଇଵ ତୁହି ହୋଇଲୁୁ ନିିିର୍ଦ୍ଦୟ।
ଅତିଶୟ କ୍ଲେଶରେ ମୁୁଁ ଶିିକ୍ଷଣ ସକାଶେ
ବିଦ୍ୟାଳୟ ପରିିଯନ୍ତେ ପାଦେ ଚାଲି ଆସେ।
ମାର୍ଗରେ ଅନେକ ଜନ କରନ୍ତି ଗମନ
ସହାୟତା ମାଗିଵାର କରେ ପ୍ରଯତନ।
କିନ୍ତୁ କେହି ନ କରନ୍ତି ସୁୁଦୟା ମୋ ପ୍ରତି
ପ୍ରଭାବେ ଲଭେ କେଵଳ ନିିିରାଶତା ଅତି।
ମାନବର ମାନବତା ଗଲାଣି କି ସରି
ଦୁର୍ବଳ ଙ୍କୁ ମଣନ୍ତି ଶ୍ଵାନ ଶୃୃୃଗାଳ ପରି।
ଏକ ଅସହାୟକୁ ଯେ ସହାୟ ନ ଦିଏ
ନରସମାଜରେ ତାକୁ ଗଣିଵ ବା କିଏ?
ଏସଵୁୁ ଅଟଇ ସିିିିନା ଦୁର୍ଜନ ଲକ୍ଷଣ
ଯେ ଜନ ନ କରେ ନିିଜ ସୁୁଗୁଣ ରକ୍ଷଣ।
