STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଇଚ୍ଛାଥିଲେ

ଇଚ୍ଛାଥିଲେ

1 min
208

ପଥର ଵି ହୁଏ ପାଣି

ଫୁଲ ଫୁଟି

ବାସ ଚହଟେ

ହେଉ ପଛେ ଟାଙ୍ଗରା ଭୂଇଁ

ବିନା ମେଘରେ

ନାଚେ ବରଷା ରାଣୀ

ତା ବରଷା ଛିଟା ଆଣି

ପାହାଡ଼ ଵି ହୁଏ ଫାଳ ଫାଳ

ସରିଯାଏ ତାର ଗର୍ବ ଆଉ ଅହଂକାର

ଇଚ୍ଛାଥିଲେ ପରା ସବୁ ହୁଏ

ବିନା ବସନ୍ତରେ ଵି

କୋଇଲି ମନଖୋଲି ଗୀତ ଗାଏ

ସାତ ସପନ ହୁଏ

ସୁନା ସପନ

ବୁଝି ଦରଦୀ ଛାତିର ମନ

ଆଉ

ବ୍ୟଗ୍ର ହୃଦୟର ପ୍ରାଣ

ଇଚ୍ଛାଥିଲେ

ଦିନେ ନା ଦିନେ

ସଫଳତା ମିଳେ

ଦୁଃଖ ସରେ

ସୁଖ ଵି ଆସେ

ଭାଙ୍ଗିଲା ସପନ ଯୋଡ଼ି ହୁଏ

ହାରିଲା ଜୀବନ ଖୁସିର ଜୁଆର ଆସେ

ଇଚ୍ଛାଥିଲେ ପରା ସବୁ ହୁଏ

ହଁ

ଇଚ୍ଛାଥିଲେ ସବୁ ଅସମ୍ଭବ

ସମ୍ଭବ ହୁଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract