ଇଚ୍ଛାଥିଲେ
ଇଚ୍ଛାଥିଲେ
ପଥର ଵି ହୁଏ ପାଣି
ଫୁଲ ଫୁଟି
ବାସ ଚହଟେ
ହେଉ ପଛେ ଟାଙ୍ଗରା ଭୂଇଁ
ବିନା ମେଘରେ
ନାଚେ ବରଷା ରାଣୀ
ତା ବରଷା ଛିଟା ଆଣି
ପାହାଡ଼ ଵି ହୁଏ ଫାଳ ଫାଳ
ସରିଯାଏ ତାର ଗର୍ବ ଆଉ ଅହଂକାର
ଇଚ୍ଛାଥିଲେ ପରା ସବୁ ହୁଏ
ବିନା ବସନ୍ତରେ ଵି
କୋଇଲି ମନଖୋଲି ଗୀତ ଗାଏ
ସାତ ସପନ ହୁଏ
ସୁନା ସପନ
ବୁଝି ଦରଦୀ ଛାତିର ମନ
ଆଉ
ବ୍ୟଗ୍ର ହୃଦୟର ପ୍ରାଣ
ଇଚ୍ଛାଥିଲେ
ଦିନେ ନା ଦିନେ
ସଫଳତା ମିଳେ
ଦୁଃଖ ସରେ
ସୁଖ ଵି ଆସେ
ଭାଙ୍ଗିଲା ସପନ ଯୋଡ଼ି ହୁଏ
ହାରିଲା ଜୀବନ ଖୁସିର ଜୁଆର ଆସେ
ଇଚ୍ଛାଥିଲେ ପରା ସବୁ ହୁଏ
ହଁ
ଇଚ୍ଛାଥିଲେ ସବୁ ଅସମ୍ଭବ
ସମ୍ଭବ ହୁଏ l
