STORYMIRROR

Satyabati Swain

Fantasy

2  

Satyabati Swain

Fantasy

ଇଚ୍ଛାର ଓଢଣୀ

ଇଚ୍ଛାର ଓଢଣୀ

1 min
13.3K



ବେଳେ ବେଳେ ---କଳ୍ପନାର ପର ଲଗାଇ

ମନପକ୍ଷୀ କୁଆଡେ କୁଆଡେ ଉଡି ବୁଲଇ

ହାତ ପାପୁଲିରେ ମୁହଁ ରଖି ଭାବେ ବୁଡଇ

ମୁଦା ସିନା ଥାଏ ଆଖି ସବୁ କିନ୍ତୁ ଦେଖଇ

ଅଗାଧ ସମୁଦ୍ରେ ବୁଡି କଣ ଗୋଟେ ଖୋଜଇ

ଏମିତି ସମାଧିସ୍ଥରେ ଅଦ୍ଭୁତ ମଜା ଥାଆଇ।।


ବେଳେବେଳେ ---ବହୁଦୂର ଲାଗେ ହେଇତି

ନିକଟ ଲାଗଇ ଅନେକ ଦୂର ଯେମିତି

ମନ ମାନଚିତ୍ର ନୂଆପଣେ ହସି ଉଠନ୍ତି

ସ୍ବପ୍ନ ଆଉ ସତ ମାନେ ଲୁଚକାଳି ଖେଳନ୍ତି

ଅଚିହ୍ନା ପର ହୃଦୟକୁ ଛୁଇଁ ନିଜର ହୁଅନ୍ତି

ନିହାତି ନିଜର କିନ୍ତୁ ପର ହୋଇ ଯାଅନ୍ତି।।


ବେଳେବେଳେ ଇଚ୍ଛାଟିଏ ହୁଏ---

ନିଜସାଥେ ଗପିବାକୁ ନିଜଛାଇ ମାପିବାକୁ

ଗୁଣୁଗୁଣୁ ଗୀତ ଗାଇ ମନେ ମନେ ହସିବାକୁ

ଅଦେଖା ହାତ ଅଜଣା ଭବିଷ୍ୟତେ ହଜିବାକୁ

ଆଶାକୁ ଚିରା ପଣତରେ ସାଉଁଟି ଭରିବାକୁ

କିଡ଼ିନ,ଆଖି ଦାନ ଦେଇ ମହାନ ବନିବାକୁ

ଇଚ୍ଛାର ଓଢଣୀ ଓଡାଇ ସାରା ଆକାଶ ଖେଦିବାକୁ !!


ସତ୍ୟବତୀ ସ୍ୱାଇଁ,

ବାଲିକୁଦା,

ଜଗତସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy