STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଇଚ୍ଛାନାହିଁ ଆଉ

ଇଚ୍ଛାନାହିଁ ଆଉ

1 min
91

ଇଚ୍ଛା ନାହିଁ ଆଉ

କୋଟି ଧନରତ୍ନ ଅବା ସୁନା ରୂପା ଅଳଙ୍କାର

ଲୋଡ଼ା ନାହିଁ ପୁଣି କୋଟି ବସ୍ତ୍ର ଆଉ

ଶଙ୍ଖ ମଲମଲ ପଥର ଘର


ଲୋଡ଼ା ନାହିଁ ମୋତେ ସରଗର ଚାନ୍ଦ

ଫୁଲରେ ତିଆରି ବଡ଼ ସହର

ଇଚ୍ଛା ନାହିଁ ଇନ୍ଦ୍ରଧନୁ ସାତରଙ୍ଗ

ଶ୍ରାବଣର ସୁଖ ବରଷା ଧାର


ଇଚ୍ଛା ନାହିଁ ପୁଣି ଶତାୟୁ ହେବାକୁ

ଗଢିବାକୁ ମିଛମାୟା ସଂସାର

ଲୋଡ଼ା ନାହିଁ ବୁଲି ବାକୁ ଇନ୍ଦ୍ରପୁର

ଦେଖିବାକୁ ସୁବର୍ଣ୍ଣର ରାଜ ନଅର


ଦୁଇଦିନ ମୋର ମଣିଷ ଜୀବନ

ପର ସେବା କରି କାଟି ମୁଁ ଦେବି

ଜଗତ ହସିଲେ ନିଜେ ହସୁଥିବି

ସତ୍ୟ, ନ୍ୟାୟ ପଥେ ଚାଲୁ ମୁଁ ଥିବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract