ଇଚ୍ଛାନାହିଁ ଆଉ
ଇଚ୍ଛାନାହିଁ ଆଉ
ଇଚ୍ଛା ନାହିଁ ଆଉ
କୋଟି ଧନରତ୍ନ ଅବା ସୁନା ରୂପା ଅଳଙ୍କାର
ଲୋଡ଼ା ନାହିଁ ପୁଣି କୋଟି ବସ୍ତ୍ର ଆଉ
ଶଙ୍ଖ ମଲମଲ ପଥର ଘର
ଲୋଡ଼ା ନାହିଁ ମୋତେ ସରଗର ଚାନ୍ଦ
ଫୁଲରେ ତିଆରି ବଡ଼ ସହର
ଇଚ୍ଛା ନାହିଁ ଇନ୍ଦ୍ରଧନୁ ସାତରଙ୍ଗ
ଶ୍ରାବଣର ସୁଖ ବରଷା ଧାର
ଇଚ୍ଛା ନାହିଁ ପୁଣି ଶତାୟୁ ହେବାକୁ
ଗଢିବାକୁ ମିଛମାୟା ସଂସାର
ଲୋଡ଼ା ନାହିଁ ବୁଲି ବାକୁ ଇନ୍ଦ୍ରପୁର
ଦେଖିବାକୁ ସୁବର୍ଣ୍ଣର ରାଜ ନଅର
ଦୁଇଦିନ ମୋର ମଣିଷ ଜୀବନ
ପର ସେବା କରି କାଟି ମୁଁ ଦେବି
ଜଗତ ହସିଲେ ନିଜେ ହସୁଥିବି
ସତ୍ୟ, ନ୍ୟାୟ ପଥେ ଚାଲୁ ମୁଁ ଥିବି
