STORYMIRROR

Binodini Dash

Abstract Inspirational

4  

Binodini Dash

Abstract Inspirational

ଇଚ୍ଛା ଥିଲେ ହାତେ ମିଳେ ସରଗ

ଇଚ୍ଛା ଥିଲେ ହାତେ ମିଳେ ସରଗ

1 min
68


ଇଚ୍ଛା ଥିଲେ ହାତେ ମିଳେ ସରଗ

କଥାଟି ସକଳେ ଲାଗଇ ବାଗ ।

ପଙ୍ଗୁ ଲଙ୍ଘେ ଗିରି ବିଭୁ କୃପାରେ

ମୁକ ବି ସମର୍ଥ କଥା କୁହାରେ ।

ହତାଶ ନିରାଶ ନକରି ମନ

କରାଇ ବିବେକ ଅନୁମୋଦନ ।

ନିଜଠି ବିଶ୍ବାସ ଭରସା ରଖି

କର୍ମେ ବଢେ କେହି ନପଡି ଥକି ।

ଦୃଢ଼ ମନୋବଳ ଇଚ୍ଛା ଶକ୍ତିରେ

ଇସ୍ରୋ ବୈଜ୍ଞାନିକେ ବିଜେତା ହେଲେ ।

ଚନ୍ଦ୍ରଯାନ-ତିନି ଚନ୍ଦ୍ର ପୃଷ୍ଠରେ

ଅଖଣ୍ଡ କୀରତି କାଳବକ୍ଷରେ ।

ନିଷ୍ଠା ଶ୍ରମ ହୁଏ ନାହିଁ ବିଫଳ

ଯାଚି ଦେଇଥାଏ ସୁମିଷ୍ଠ ଫଳ ।

ଏକଥା ସକଳ ଅଙ୍ଗ ଭୂଷଣ

ଯହେତୁ ବିଜ୍ଞାନରେ ବଳୀୟାନ ।

ଫିରିଙ୍ଗି ଶାସନ ଥିଲା ଅତୀତେ

ଲଢ଼େଇ କରିଲେ ହୃଦ ଜାଗ୍ରତେ ।

ଭାଙ୍ଗି ଦେଇ ସେହି ବିଦେଶୀ ଟାଣ

କଲେ ଅନୁଭବ ସୁଖ ସ୍ବାଧୀନ ।

ସତେ କି ସରଗ ମିଳିଲା ହାତେ

ରହିଲେ ସଭିଏଁ ହରଷେ ତୃପ୍ତେ ।

ରଖିବାକୁ ନିଜ ମାନମହତ

ନ କର ଇଚ୍ଛାକୁ ଅବଦମିତ ।

ଦେଖିବ ଶୁଭିବ ଶୁଭ ନିନାଦ

ଜୀବନରେ ଅସୁମାରି ଆନନ୍ଦ ।


Rate this content
Log in

Similar oriya poem from Abstract