ଇଚ୍ଛା କରେ ବୁଲିବାକୁ
ଇଚ୍ଛା କରେ ବୁଲିବାକୁ
ଇଚ୍ଛା କରେ ମୁହିଁ ବୁଲିବାକୁ ସେହି
ମର୍ତ୍ତ୍ୟ ବୈକୁଣ୍ଠ ପୁରରେ ।
ଚାଲିବାକୁ ଇଚ୍ଛା ମୋର ଖାଲି ପାଦେ
ଜାଗାର ବଡ଼ ଦାଣ୍ଡରେ ।।୧
ବୁଲୁ ବୁଲୁ ଯେବେ ଥକି ପଡେ ମୁହିଁ
ବସେ କଳ୍ପବଟ ମୂଳେ ।
ସ୍ନାନ କରେ ଯାଇ ପାପ ଧୌତ ପାଇଁ
ମହୋଦଧି ପୁଣ୍ୟ ଜଳେ ।।୨
ଭୋକ ଲାଗେ ଯେବେ ଯାଏ ଶ୍ରୀ ମା ପାଶେ
ଦିଏ ମା ମୋତେ ଆହାର ।
ଆନନ୍ଦ ବଜାରେ ଅବଢ଼ା ପତରେ
ପେଟ ଭରିଯାଏ ମୋର ।।୩
ସଦା ବୁଲିବାକୁ ଇଛା ହୁଏ ମୋର
ସେହି ଗୋଟେ ତୀର୍ଥ ଜାଗା ।
ଦେଖିବାକୁ ଇଚ୍ଛା ବଳିଆ ସୁଭଦ୍ରା
ଦେଖିଲେ କୋଳାଏ ଜଗା ।।୪
ବାହୁ ଯେ ମେଲେଇ ବସିଛି ଅନେଇ
ଜଗତବାସିଙ୍କୁ ସଦା ।
ଭଲ ଲାଗେ ମୋତେ ଓଡ଼ିଆ ପୁଅ ସେ
ଲାଗେ ଭଲ ତାକୁ ସଦା ।।୫
