STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ଇଚ୍ଛା ହୁଏ...

ଇଚ୍ଛା ହୁଏ...

1 min
3.4K

ରଙ୍ଗ ପିଚକାରୀ ହାତେ ତୁମ ଧରି 

   ଖେଳିବାକୁ ଇଚ୍ଛା ହୁଏ 

ଭାବିଲେ ଏକଥା କେଜାଣି କାହିଁକି 

  ଲୋମ ମୋ ଟାଙ୍କୁରି ଯାଏ

ଫଗୁ ରଙ୍ଗ ଧରି ଦେହରେ ତୁମର 

  ବୋଳିବାକୁ ଇଚ୍ଛା ହୁଏ 

ବୋଳିପାରେ ନାହିଁ ଦେଖିଲେ ତୁମକୁ 

   ଆନମନା ହୋଇଯାଏ

ହେପି ହୋଲି କହି ପ୍ରଥମ ଶୁଭେଚ୍ଛା 

   ଦେବାକୁ ମୋ ଇଚ୍ଛା ହୁଏ

କହିବା ପାଇଁ କି ଯେବେ ଚାଲି ଆସେ 

  ଲାଜେ ମୁଁ ମଉଳି ଯାଏ

ରହିଯାଏ ସିନା ଆଶା ମୋ ଆଶାରେ 

   ପୁଣି କିନ୍ତୁ ଇଚ୍ଛା ହୁଏ 

ଏ ରଙ୍ଗ ହୋଲିରେ ରଙ୍ଗେଇ ଦେବାକୁ

   ମନ ମୋର ଚାହୁଁ ଥାଏ

ଅବିର ରଙ୍ଗରେ ପ୍ରେମରଙ୍ଗ ମାଖି  

  ଆଜି ଭାରି ଇଚ୍ଛା ହୁଏ 

ଗାଲେ ରଙ୍ଗ ନେସି ହୋଲି ଖେଳିବାକୁ

  ମୋ ହୃଦୟ କହୁଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract