ହ୍ୟାପି ଚକୋଲେଟ୍ ଡେ
ହ୍ୟାପି ଚକୋଲେଟ୍ ଡେ
ବଜାରକୁ ଯାଇ ଆଣିଛି ତୋ ପାଇଁ
ଚକୋଲେଟ୍ ପ୍ରିୟା କିଣି
କୋଳରେ ବସେଇ ଖୁଆଇବି ତୋତେ
ରୋମାଣ୍ଟିକ୍ ସଙ୍ଗ୍ ଶୁଣି ।
ନଈ କୂଳଆଡେ ଯିବା ପ୍ରିୟା ମିଶି
ହେବା ଦୁହେଁ କୁଣ୍ଢାକୁଣ୍ଢି
ସଚେତନ ପାଇଁ ବାନ୍ଧିଥିବା ଦୁହେଁ
ମୁହଁରେ ଆମର ତୁଣ୍ଡି ।
ସଅଳେ ଫେରିବା ଘରକୁ ଯେ ଦୁହେଁ
ଜାଣିବେନି ବାପା ବୋଉ
ଆଗକୁ ଆସୁଛି କେତେ ଦିବସ ଯେ
ଖାଆନା ଏବେଠୁ ଭାଉ ।

