STORYMIRROR

Satyabati Swain

Inspirational

3  

Satyabati Swain

Inspirational

ହୁସିଆର ଥିବେ

ହୁସିଆର ଥିବେ

1 min
383

ପ୍ରେମରୁ ଘୃଣା ଯିବା ରାସ୍ତାରେ

ପ୍ରତିଶୋଧ

ରଂଗଶାଳା ଟିଏ ପଡେ

ଆସକ୍ତ ହେଲେ ସର୍ବନାଶ ।


ବିଶ୍ବାସ

ମନ୍ଦିରଟିଏ ବି ଥାଏ

ଅଣ ଦେଖା କଲେ ବିପଦ ।


ଭରସା 

ହସ୍ପିଟାଲ୍ ଟିଏ ଦେଖାଦିଏ

ଉପଯୁକ୍ତ ସମୟରେ

ଉପଚାର କଲେ

ଆରୋଗ୍ୟ ହେବାର

 ସମ୍ଭାବନା ଟିଏ ଥାଏ ।


କ୍ରୋଧ

ଅବିଶ୍ବାସ

ଭୁଲ୍ ବୁଝାମଣା ବନ୍ଧୁ ମାନେ ବି

ପାଖେ ପାଖେ ଥାଆନ୍ତି

ଟିକେ ହୁସିଆର ରହିବେ।


ନଲେ ସମ୍ପର୍କ ବାଡ଼ି 

ଅଚିରେ ନାଶ ଯିବ ଜାଣିବେ।


Rate this content
Log in

Similar oriya poem from Inspirational